ସତ୍ୟସାଇ ବିଦ୍ୟା ବିହାର ରୁ ଆହତ ନାଗସାପ ଉଦ୍ଧାର ।

ଭଞ୍ଜନଗର,୧୫/୦୧(ପିପିଟି);ଭଞ୍ଜନଗର ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ସତ୍ୟସାଇ ବିଦ୍ୟା ବିହାର ଉଦ୍ୟାନରେ ଆଜି ଦିନ ସାଢ଼େ ଏଗାରଟା ସମୟରେ ବିଦ୍ୟାଳୟର କର୍ମଚାରୀ ମାନେ ଏକ ନାଗସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ।ସଙ୍ଗେ ସଙ୍ଗେ ଏସମ୍ପର୍କରେ ସେମାନେ ସ୍ନେକ ହେଲ୍ପଳାଇନ ର ସଞ୍ଜୟ କୁମାର ସ୍ୱାଇଁ(ସାନୁ)ଙ୍କୁ ଖବର ଦେଇଥିଲେ। ଖବର ପାଇ ସାନୁ ସେଠାରେ ପହଞ୍ଚି ସାପଟିକୁ କାବୁ କରିଥିଲେ। ହେଲେ ତା ଶରୀରରେ ଗଭୀର ଆଘାତ କାରଣରୁ ସାପଟି ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରାଥମିକ ଚିକିତ୍ସା ପରେ ସେହି ସାପଟିକୁ ଉଦ୍ଧାର କରି ଏକ ଜରି ଅଖାରେ ପୁରାଇ ସାନୁ ନିକଟସ୍ଥ ସୋରାଦେବୀ ଜଙ୍ଗଲରେ ଛାଡିଥିବା ଜଣାପଡିଛି।ସାପଟି ର ଲମ୍ବ ସାଢ଼େ ୪ଫୁଟ ହେବ ବୋଲି ଅନୁମାନ କରାଯାଉଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment