ସତ୍ୟବାଦୀ ଜୁନିୟର କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ।

ଉଲୁଣ୍ଡା,୧୪/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଜୁନିୟର କଲେଜ ଠାରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ କଲେଜ ର ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟା ତଥା ନୋଡାଲ ଅଫିସର ଡ଼ କିରଣ ବାଳା ଦାସ ମୁଖ୍ୟଅତିଥି, ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ମଧୁସୂଦନ ପୁଜାହାରୀ, ପ୍ରୋଗ୍ରାମ କୋଅଡିନେଟର ଅଧ୍ୟାପିକା ପ୍ରତିମା ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନେ କିଭଳି ଆତ୍ମବିଶ୍ୱାସ ବଳରେ ନିଜକୁ ସୁରକ୍ଷିତ କରିପାରିବେ ଓ ଏଥିପାଇଁ ସେମାନଙ୍କ ଉଦ୍ୟମର ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ। ଅଧ୍ୟାପିକା ଦେବଯାନୀ ମେସୁଆ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମାଷ୍ଟର ଟ୍ରେନର ଭାବରେ କଲ୍ୟାଣମୟୀ ତ୍ରିପାଠୀ ଏବଂ କଲ୍ୟାଣୀ ମେହେର ଯୋଗଦେଇ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରୀମାନେ ଆତ୍ମସୁରକ୍ଷାର କୌଶଳ ପ୍ରଦର୍ଶନ କରିଥିବାବେଳେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment