ସତ୍ଯ ରଞ୍ଜନ ମହାନ୍ତି ଏଆଇୱାଏଫ୍ ରାଜ୍ଯ ସଂପାଦକ ମନୋନୀତ।

ଭୁବନେଶ୍ବର,୦୮/୧୦(ପିପିଟି):ଅଖିଳ ଭାରତ ଯୁବ ସଂଘ ରାଜ୍ଯ କମିଟି ବୈଠକ ଭଗବତୀ ଭବନ ଠାରେ ରାଜ୍ଯ ସଭାପତି ପ୍ରଦୀପ କୁମାର ସେଠୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସଂପାଦକ ଅବକାଶ ସାହୁଙ୍କୁ ହଟାଇ ରାଜ୍ଯ ଉପସଭାପତି ସତ୍ଯ ରଞ୍ଜନ ମହାନ୍ତିଙ୍କୁ ରାଜ୍ଯ ସଂପାଦକ ଭାବରେ ମନୋନୀତ କରାଯାଇଛି। ଆଗାମୀ ଦିନରେ ଅଖିଳ ଭାରତ ଯୁବ ସଂଘର ରାଜ୍ଯ କନଭେନସନ କରିବାକୁ ନିଷ୍ପତ୍ତି କରାଯାଇଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଏଆଇୱାଏଫ୍ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Comments (0)
Add Comment