ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର,୨୯/୦୧(ପିପିଟି); ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ବେଛାସେବୀ ସଙ୍ଗଠନ ନିଗମାନନ୍ଦ ଏଜୁକେସନ ସେଣ୍ଟର ଓ ହେଲପିଙ୍ଗ ହ୍ୟାଣ୍ଡସ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗାଡ଼ି ଚାଳକ ମାନଙ୍କୁ ସଚେତନ କରିବା ପାଇଁ ହେଲପିଙ୍ଗ ହ୍ୟାଣ୍ଡସ ର ସଦସ୍ୟ ମାନେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ ଏକ ସାଇକେଲ ରାଲି କରିଥିଲେ। ଏହାକୁ ଆର.ଟି.ଓ ଶୁଭେନ୍ଦୁ ରାୟ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହି ରାଲି ବାଉଁଶ ଲୁଣ୍ଡି ବାଇପାସ ଛକରୁ ବାହାରି ଭେଜିପୁଟ ଶିବ ମନ୍ଦିର ଠାରେ ଶେଷ ହୋଇଥିଲା। ନିଗମାନନ୍ଦ ଏଜୁକେସନ ସେଣ୍ଟର ଦ୍ୱାରା ମତାମତ ଓ ଦସ୍ତଖତ ଅଭିଯାନ, ଗାଡ଼ି ଚାଳକ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସଠିକ୍ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା।ଏହାକୁ ସମାଜସେବୀ ଶୂଳପାଣି ଶତପଥି ସଂଯୋଜନା କରିଥିବା ବେଳେ ଚିନ୍ମୟ କୁମାର ବେବର୍ତ୍ତା, ତ୍ରିନାଥ ବେହେରା, ପଞ୍ଚାନନ ମିଶ୍ର, ଶଙ୍କର ପ୍ରସାଦ ପଟ୍ଟନାୟକ, ଭବାନୀ ପାଳ ଓ ଅନ୍ୟମାନେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment