ସଡ଼କ ସୁରକ୍ଷା ସମ୍ପର୍କରେ ସାଇକେଲ ରାଲି ।

ଭଞ୍ଜନଗର,୨୩/୦୧(ପିପିଟି); ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗତ ୧୮ତାରିଖ ଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହା ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏଥିପାଇଁ ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ମଧ୍ଯଏକ ସାଇକେଲ ରାଲି ର ଆୟୋଜନ କରାଯାଇଥିଲା।ଏହାକୁ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଷ୍ଟେଟ ବ୍ୟାଙ୍କ ଛକରୁ ବାହାରି ଖାଲାସାହି ପରେ ମେନ ରୋଡ଼ ଦେଇ କ୍ଷେତ୍ରୀ ବରପୁର ଠାରେ ପହଞ୍ଚି ଥିଲା।ବହୁ ସାଇକେଲ ଚାଳକ ଏଥିରେ ସାମିଲ ହୋଇ ସଡ଼କ ସୁରକ୍ଷା ସମ୍ପର୍କରେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ। ଏଥିରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ଶୂଳପାଣି ଶତପଥି, ଜଗଦୀଶ ପାଣିଗ୍ରାହୀ,ପଞ୍ଚାନନ ପାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment