କୋଦଳା,୨୭/୦୭(ପିପିଟି):ଗୁରୁବାର କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ କୋଦଳା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟ୍ରାଫିକ ବ୍ୟବସ୍ତାକୁ ମାନି ଚଳିବା, ୧୮ବର୍ଷ ରୁ କମ ନାବାଳକ ଛୁଆ ସ୍କୁଟି କିମ୍ବା ମୋଟରସାଇକଲ ଚଳାଇବା ମନା ହୋଇଥିବା ବେଳେ ଯଦି ବିଶେଷ ଆବଶ୍ୟକ ପଡେ ଇଲେକଟ୍ରିକ ସ୍କୁଟି ଚଳାଇ ପାରିବେ,ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ISI ମାର୍କା ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ, କଲେଜ ପରିସର ଶାନ୍ତି ଶୃଙ୍ଖଳା କରିବା, ମହିଳା ମାନେ ଯେପରି ଅଶୁରକ୍ଷିତ ମନେ ନକରିବେ ସେଥିପ୍ରତି ଦୃଷ୍ଟିଦେବା, ଗାଡି ଚଳାଇବା ସମୟ ରେ ନିଜ ସୁରକ୍ଷ୍ୟା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିବା ବେଳେ ଯିଏ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ ବୋଲି କହିଥିଲେ । ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠି ଛାତ୍ର ଛାତ୍ରୀଙ୍କୁ ସଡ଼କ ସୁରକ୍ଷ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତତ ସହିତ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି, ଥାନା ଅଧିକାରୀ ଉମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଅଧ୍ୟାପକ ସାଗର ଚାନ୍ଦ୍ ପାତ୍ର,ଡ଼ଃ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କଲେଜ୍ ର ସମସ୍ତ ଉପସ୍ଥିତ ରହି ଏହାକୁ ସଫଳତା ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସବ ଇନିସ୍ପେକ୍ଟର ସସ୍ମିତା ବେହେରା,କନେଷ୍ଟବଳ ସୁନି ଦାସ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )