ସଡ଼କ ଦୁର୍ଘଟଣାରେ ସିଆରପିଏଫ ଯବାନ ମୃତ୍ୟୁ ।

ପୋଲସରା ୨୦/୦୧(ପିପିଟି) : ଚିରିକିପଡା ଶାସନ ଗ୍ରାମର ଜଣେ ସିଆରପିଏଫ ଯବାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।ଆଜି ସକାଳ ନିଜ ଭଣଜାର ଗଣ୍ଠିବନ୍ଧା ଶୁଭ କାର୍ଯ୍ୟରେ ଯୋଗ ଦେବାକୁ ନିଜ ଗ୍ରାମ ଚି ଶାସନକୁ ଆସୁଥିବା ବେଳେ ଯବାନ ଜଣଙ୍କ ସେ ଭୁବନେଶ୍ଵର ଓ ଖୋର୍ଦ୍ଧା ମଧ୍ୟରେ କାର୍ଯ୍ଯରତ ଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା।ଉକ୍ତ ଧକ୍କାର ପ୍ରଭାବରେ ବାଲୁଙ୍କେଶ୍ୱର ଛିଟିକି ହୋଇ ରାସ୍ତା କଡ଼ରେ ପଡିଯାଇଥିଲେ।ପଡିବା ଫଳରେ ଶରୀରର ବିଭିନ୍ନ ଯାଗାରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ଏମ୍ସ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସକାଳ ସମୟରେ ମୃତ୍ୟୁ ଘଟିଥିଲା। ବାଲୁଙ୍କେଶ୍ୱର ୨୦/୦୯/୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ୨୦୦୧ ମସିହାରେ ସିଆରପିଏଫରେ ଯୋଗଦାନ କରି ଦେଶ ସେବାରେ ନିଜକୁ ନିୟୋଜି ଉଛର୍ଗୀକୃତ କରିଥିଲେ। ତାଙ୍କର ଆଜି ସୋମବାର ଦିନ ମୃତ୍ୟୁ ଘଟିଛି।ଏହି ଖବର ପ୍ରଚାରିତ ହେବା ପରେ ନିଜ ଗ୍ରାମ ଚିରିକିପଡା ଶାସନ ସହିତ ପୋଲସରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ଏଠାରେ ଜଣାଇ ଦିଆଯାଇପାରେକି ସିଏ ବିବାହିତ ଥିଲେ । ତାଙ୍କର ସହ ଧର୍ମିଣୀଙ୍କ ସହିତ ଗୋଟାଏ ସାତ ବର୍ଷର ସନ୍ତାନ ଅଛି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment