ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ,୩ ଗୁରୁତର ।

ଭଞ୍ଜନଗର,୦୯/୦୬(ପିପିଟି); ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ ଭଞ୍ଜନଗର ଠାରୁ ରାଉରକେଲା ଅଭିମୁଖେ ଗୋଟିଏ ପରିବାରର ୪ଜଣ ସଦସ୍ୟ ଏକ କାର ଯୋଗେ ଯାଉଥିବା ବେଳେ ବୌଦ୍ଧ ପୂର୍ବରୁ ଚାରିଛକ ନିକଟରେ ଦୁର୍ଘଟଣା ଘଟି ସ୍ୱାମୀ ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଭଉଣୀ ଜ୍ୱାଇଁ ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଡ୍ରାଇଭର ର ଆଖି ପଡ଼ିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା।ଫଳରେ ଭଞ୍ଜନଗର ଜଳସେଚନ ବିଭାଜନ ସବଡିଭିଜନ କାର୍ଯ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଗତ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିବା ସୁରେନ୍ଦ୍ର ନାୟକ ରାଉରକେଲା ରେ ରହୁଥିବା ନିଜ ବାପାଙ୍କ ଦେହ ଖରାପ ଥିବାରୁ ପତ୍ନୀ ମମିତା ନାୟକ ଏବଂ ଭଉଣୀ ଜ୍ୱାଇଁଙ୍କ ସହ ଯାଉଥିବା ବେଳେ ଉକ୍ତ ସ୍ଥାନରେ ଭୋର ସାଢ଼େ ଚାରିଟା ସମୟରେ ଦୁର୍ଘଟଣା ଘଟିଥିଲା।ଏଥିରେ ସୁରେନ୍ଦ୍ର ଓ ମମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ମୃତ ସୁରେନ୍ଦ୍ରଙ୍କ ନିଜ ଘର ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମରେ ହୋଇଥିବା ଜଣାପଡିଛି।

Comments (0)
Add Comment