ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇ ଆହାତ ।

ପୋଲସରା ,୦୩/୦୪(ପିପିଟି):ଆଜି ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୁନାରିବୁଗୁଡ଼ା ନିକଟରେ ବାଇକ ଦୁର୍ଘଟଣା ଘଟିଛି।ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଦୁଇ ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ପୋଲସରା ବଜାର ସାହିର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରବୀନ୍ଦ୍ର ସାହୁ। ମିଳିଥିବା ସୂଚନା ମୁତାବକ ସେ ଆଜି ସକାଳ ସମୟରେ ନିଜ ସ୍ତ୍ରୀଙ୍କୁ ସଂଘରେ ନେଇ ନିଜ ଘରୁ ବାହାରି ବୁଗୁଡ଼ା ଅଭିମୁଖେ ଯାଉଥିବାବେଳେ ମଧୁପଲ୍ଲି ପଞ୍ଚାୟତ ସୁନାରିବୁଗୁଡ଼ା ହଜଠାରେ ଆଗପଟରୁ ଏକ ବାଇକ୍ ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ରାସ୍ତା ଉପରେ ଖୁବ୍ ଜୋରରେ କଚାଡି ହୋଇ ପଡ଼ିଥିଲେ। ଏହାର ପ୍ରଭାବରେ ରବିନ୍ଦ୍ରଙ୍କ ମୁଣ୍ଡ ସହିତ ବିଭିନ୍ନ ଜାଗାରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସରେ ପୋଲସରା ମେଡିକାଲକୁ ପଠାଯାଇଥିଲା।ସେଠାରେ ଡାକ୍ତର ପରୀକ୍ଷା କରି ରବୀନ୍ଦ୍ରଙ୍କ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ମୃତଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିବାବେଳେ ସାମନାପଟୁ ଆସି ବାଡେଇଥିବା ଗାଡ଼ିର ଯୁବକ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ପୋଲସରା ଥାନା ପୋଲିସ୍ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେବାସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବାକୁ ନେଇ ପୋଲିସ ସୂତ୍ରରୁ ଜଣାପଡିଛି।

ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା

Comments (0)
Add Comment