ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର।

ରେଢ଼ାଖୋଲ,୦୪/୦୬:ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ରାମପୁର- ଗୋବିନ୍ଦ ପୁର ରାସ୍ତାର ପୋଡ଼ବଲାଣ୍ଡ ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ ନିକଟରେ ଏକ ବାଇକ ଓ ନଳକୂଅ ଖାନାନ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ଚାରମାଳ ଥାନା ଚୂଡ଼ାପୁଡୁଗ ଗ୍ରାମର ଲଖିନ୍ଦ୍ର ମିର୍ଧା (୩୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶଳା ଭାଉଜ ଡଲି ମିର୍ଧା (୨୮)ଗୁରୁତର ଆହତ ହୋଇଛନ୍ତି।ସୂଚନା ମତେ ଆଜି ସକାଳୁ ଉଭୟେ ଏକ ବାଇକରେ ଅନୁଗୁଳ ଜିଲା ଅଙ୍ଗପଡା ଗ୍ରାମକୁ ଯାଉଥିବା ବେଳେ ପୋଡାବଲଣ୍ଡା ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ ନିକଟରେ ସମ୍ମୁଖ ଦିଗରୁ ଆସୁଥିବା ନଳକୂଅ ଖୋଳା ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାର ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ଦ୍ବୟ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ମୃତ ଲକ୍ଷିନ୍ଦ୍ରଙ୍କ ଶଳା ଭାଉଜ ଡଲିଙ୍କ ଅବସ୍ଥା ଗୁରୁତର ଥିବାରୁ ଏଠାରୁ ବୁର୍ଲା ସ୍ଥାନ୍ତାନର କରାଯାଇଛି। ସେହିପରି ମୃତ ବାଇକ ଚାଳକ ଲକ୍ଷିନ୍ଦ୍ରଙ୍କ ମୃତ ଦେହ ଜବତ କରି ଶବ ବ୍ୟବଛେଦ କରାଇବା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଉଭୟ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି।

Comments (0)
Add Comment