କୋଦଳା,୨୪/୦୬(ପିପିଟି):ଆସିକା ଭୁବନେଶ୍ୱର ମୁଖ୍ୟ ରାସ୍ତାର ହାତତୋଟା ନିକଟରେ ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଆରୋହୀ ଗୁରୁତର ଆହତ ହେବା ସହିତ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନା ପ୍ରକାରେ ମଙ୍ଗଳବାର ମଧ୍ୟାହ୍ନରେ ଭାଟକୁମୁରଡ଼ା ଗ୍ରାମର ସନ୍ୟାସୀ ଭୂୟାଁ ନିଜର ପଲସର ମୋଟର ସାଇକେଲ ଧରି ଗୁଡ଼ିଆଳି ଗ୍ରାମରୁ ଭୋଜିଖାଇ ଫେରୁଥିବା ବେଳେ ତାରାତାରିଣୀ ରାସ୍ତା ଦେଇ ବିପରୀତ ପଟୁ ପୁସ୍ତପୁର ଗ୍ରାମର ଶତ୍ରୁଜିତ ଘୋଷ ନିଜ ଗ୍ରାମକୁ ୟୁନିକନ ମୋଟର ସାଇକେଲ ଯୋଗେ ଫେରୁଥିଲେ, ଭାରସାମ୍ୟ ହରାଇ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା, ଏହି ସମୟରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଦୀପକ ମିଶ୍ର ଏହି ରାସ୍ତାଦେଇ ଯିବାବେଳେ ଘଟଣା ସ୍ଥଳରେ ଅଟକି ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । କିନ୍ତୁ ଉଭୟ ଗୁରୁତର ଆହତ ହୋଇଥିବାରୁ ନିଜର ପରିବାର ସହାୟତାରେ ୧୦୮ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)