ସଡକ ଦୁର୍ଘଟଣାରେ ଦୁଇ ମୃତକଙ୍କ ଶରୀର ଗ୍ରାମରେ ପହଞ୍ଚିବା ପରେ ବିରାଟ ପଟୁଆରରେ ଗ୍ରାମ ମଶାଣିରେ ଶବଦାହ ।

କୋଦଳା,୦୧/୦୧(ପିପିଟି):କୋଦଳାରେ ଶୋକାକୁଳ ପରିବେଶ,ବୁଧବାର ରାତି ଅଧିକା ହୋଇଯିବାରୁ ଦୁଇ ମୃତକଙ୍କ ଶବ ବ୍ୟବଛେଦ ହୋଇପାରିନଥିଲା, ଗୁରୁବାର ବ୍ୟବଛେଦ ସାରି ଦୁଇ ମରଶରୀର ନିଜ ଗ୍ରାମ କୋଦଳାକୁ ଆସିବା ପରେ,ଅପେକ୍ଷାରତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା,ଶତାଧିକ ଗ୍ରାମବାସୀ ଏକ ପଟୁଆରରେ ଗ୍ରାମ ମଶାଣିକୁ ନେଇ ଉଭୟଙ୍କୁ ଶବଦାହ କରିଥିଲେ,ଡିସେମ୍ବର ୩୧ କୁ ନେଇ କିଏ ଗୀତ ନାଚ ବ୍ୟବସ୍ଥା କରୁଥିବା ବେଳେ କିଏ କିଏ ଭୋଜିଭାତର ଆସର କରି ନୂତନ ବର୍ଷକୁ ସ୍ୱାଗତ ଜଣାଇ ଜିରୋନାଇଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା ବେଳେ ହଠାତ କୋଦଳାର ଦୁଇ ପରିବାର ପାଇଁ ଯେମିତି କଳାବାଦଲ ଘୋଟିଯାଇଥିଲା,ଏମିତି ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ।ଞ ଗୋଟିଏ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଓ ଦୁଇଜଣ ଆହାତ ହୋଇଛନ୍ତି । ମୃତ ଦୁଇଜଣ କୋଦଳା କୁମୁଟି ସାହିର ମିଟୁ ଦାଶଙ୍କ ପୁତ୍ର ରୁଦ୍ରନାରାୟଣ ଦାଶ (୧୮),ଏବଂ ସନ୍ତୋଷ ପାଢ଼ୀଙ୍କ ପୁତ୍ର ରଶ୍ମିରଞ୍ଜନ ପାଢ଼ୀ (୧୮) ଦୁଇ ପଡୋଶୀ ହୋଇଥିବା ବେଳେ ସ୍କୂଟି ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ଦୁହିଁଙ୍କ ମୃତ୍ୟୁ ଘଟିଯାଇଛି । ସ୍କୂଟି ଆରୋହୀ ବାଣପୁର ଅଞ୍ଚଳର ପବିତ୍ର ବିନ୍ଧାଣି ଗୁରୁତର ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । କୋଦଳା କୁମୁଟି ସାହିର ରୁଦ୍ର ନାରାୟଣ ଦାଶ ଓ ରଶ୍ମିରଞ୍ଜନ ପାଢ଼ୀ ଗୋଟିଏ ବାଇକରେ ଜିରନାଇଟ ପାଳନ କରିବା ପାଇଁ କୌଣସି ସାମାନ ଆଣିବାକୁ କବିସୂର୍ଯ୍ୟନଗର ଯାଇ ସେଠାରୁ କୋଦଳା ଅଭିମୁଖେ ଫେରୁଥିବା ସମୟରେ ବୁଢାଆମ୍ବ ନିକଟରେ ବିପରିତ ଦିଗରୁ ଆସୁଥିବା ପବିତ୍ରଙ୍କ ସ୍କୁଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍କୁଟି ରେ ତିନିଜଣ ରହିଥିବା ବେଳେ ଦୁର୍ଘଟଣା ପରେ ସମସ୍ତେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଧାରକରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ । ତେବେ ଡାକ୍ତର ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଓ ଅନ୍ୟ ଦୁଇ ଆହାତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଇଥିଲେ । କୋଦଳା କୁମୁଟି ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment