ବେଲଗୁଣ୍ଠା,୦୫/୦୪(ପିପିଟି): ବେଲଗୁଣ୍ଠା ବ୍ଳକ୍ ଇନ୍ଧନପୁର ଛକରେ ଆସିକା ପଟୁ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ଧକ୍କାରେ ଆସିକା ବ୍ଳକ୍ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ (୫୧), ତାଙ୍କର ଦୁଇ ଝିଅ ଲକ୍ଷ୍ମୀ ପାତ୍ର (୨୫) ଏବଂ ରିଙ୍କି ନାୟକ (୨୩) ମୃତ୍ୟୁ ବରଣ କରିଥିବା ବେଳେ ମୃତ ଲକ୍ଷ୍ମୀଙ୍କ ଚାରି ବର୍ଷର ପୁଅ ବିଶ୍ୱଜିତ୍ ପାତ୍ର କୋମାକୁ ଚାଲିଯାଇଥିବା ସୂଚନା ମିଳିଛି । ଦୁଇ ଝିଅ ଏବଂ ଶିଶୁଟିକୁ ମେଡିକାଲ୍ କୁ ପଠାଇ ଦିଆଯାଇଥିବା ବେଳେ ଜୟରାମଙ୍କ ଶବ ଏବଂ ମୋଟରସାଇକେଲ୍ ବୋଲେରୋ ତଳେ ଚାପି ହୋଇ ରହିଛି । ଘଟଣା ସ୍ଥଳରେ ସ୍ଥାନୀୟ ଜନତା ରାସ୍ତା ଅବରୋଧ କରିଥିବା ବେଳେ ଥାନା ଅଧିକାରୀ ପ୍ରକାଶ ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )