ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡରେ ୫ପରିବାର ସର୍ବସ୍ୱାନ୍ତ ।

ଭଞ୍ଜନଗର,୦୬/୦୧(ପିପିଟି); ଭଞ୍ଜନଗର ବ୍ଲକ ହରିଗଡ଼ ପଞ୍ଚାୟତ ଗୋଳନ୍ଥରା ଗ୍ରାମରେ ଗତ ରାତି୧୧ଟା ସମୟରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୫ପରିବାର ସର୍ବସ୍ୱାନ୍ତ ହୋଇଥିବା ଜଣାପଡିଛି।ଘରେ ଥିବା ଧାନ, ଚାଉଳ ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ବେଳକୁ ପ୍ରାୟ ସମସ୍ତ ଜିନିଷ ପତ୍ର ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଆର.ଆଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ପ୍ରଦାନ କରିଛନ୍ତି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment