ସଟ୍ ଡାଉନ ପ୍ରଭାବରେ ଭଞ୍ଜନଗର ସହର ଜନଶୂନ୍ୟ ।

ଭଞ୍ଜନଗର,(ପିପିଟି)୦୬/୦୬, ଦିନକୁ ଦିନ କରୋନା ରୋଗ ମହାମାରୀ ର ରୂପ ନେଇ ସମଗ୍ର ବିଶ୍ୱକୁ କବଳିତ କରିବାରେ ଲାଗିଛି।ଯାହା ଫଳରେ ଏଥିରୁ ମୁକୁଳିବାକୁ ସବୁ ଦେଶ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।ଆସ୍ତେ ଆସ୍ତେ ଏହା ଭାରତରେ ମଧ୍ୟ ନିଜର କାୟା ବିସ୍ତାର କରିବାରେ ଲାଗିଛି।ପୂର୍ବରୁ ଆମ ରାଜ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରି ଭଲ ସ୍ଥିତି ରେ ଥିବାବେଳେ ପ୍ରବାସୀ ଓଡିଆମାନେ ନିଜ ଭିଟାମାଟିକୁ ଫେରିବା କାରଣରୁ ସେମାନଙ୍କ ଠାରେ ବହୁ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାରୁ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି।ଜୁନ ମାସର ଗୁରୁତ୍ୱ କୁ ଦେଖି ଅଧିକ କରୋନା ପଜିଟିଭ ଥିବା ରାଜ୍ୟର  ପ୍ରାୟ ୧୧ଜିଲ୍ଲାକୁ ରାଜ୍ୟ ସରକାର ଏହି ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରିଛନ୍ତି।ଯାହାଫଳରେ ଦୋକାନ ବଜାର, ଗାଡ଼ି ମଟର ଓ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲଗାଯାଇଛି।ଏହାର ପ୍ରଭାବରେ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା, ଖାଲା ସାହି, ଷ୍ଟେଟ ବ୍ୟାଙ୍କ ଛକ,ବସ ଷ୍ଟାଣ୍ଡ, ଭେଜିପୁଟ, ବାଉଁଶ ଲୁଣ୍ଡି, ଲଣ୍ଡେଇ ସାହି ଭଳି ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକ ଆଜି ଜନଶୂନ୍ୟ ହୋଇପଡିଥିଲା।ରାସ୍ତା ଘାଟ ସବୁ ଖାଁ ଖାଁ ଲାଗୁଥିଲା ବେଳେ କେତେକ ଲୋକ ଜରୁରୀ କାମରେ ବାହାରକୁ ବାହାରି ଥିବା ଦେଖା ଯାଇଥିଲା।କେବଳ ଔଷଧ ଦୋକାନକୁ ଛାଡିଦେଲେ ଆଉ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।ସକାଳୁ ସକାଳୁ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment