ବାଲିଗୁଡା,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା । ଘର ଭିତରୁ ଧୂଆଁ ବାହାରୁ ଥିବା ବିଷୟ ଆଖପାଖ ସାହି ବାସିନ୍ଦା ଓ ନିକଟରେ ଥିବା ସିଆରପିଏଫ୍ ବାଟାଲିୟନ ଦେଖିବା ପରେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )