ସଙ୍ଗରୋଧ କେନ୍ଦ୍ରରେ ଚାଲିଛି ଯୋଗଶିକ୍ଷା ।

ରାମନାଗୁଡା,(ପିପିଟି ନ୍ଯୁଜ୍)୧୭/୦୫,ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ ରହୁଥିବା ଲୋକଙ୍କ ସୁସ୍ଥ ରଖିବାକୁ ଯୋଗ ତଥା ବ୍ୟାୟାମ ଶିକ୍ଷା ପ୍ରଦାନ କରି ଉଦ୍ୟମ ଜାରି ରଖିଛନ୍ତି ରାମନାଗୁଡା ବେଣୁଧର ଶବର।ଦେଶର କରୋନା ପାଇଁ ଲକ ଡାଉନ ଜାରି ରହିଥିବା ବେଳେ ଯାହା ଫଳରେ ପ୍ରବାସୀ ଶ୍ରମିକ ମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ବାହାର ରାଜ୍ୟରେ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି।ସେହିଭଳି ରାମନାଗୁଡା ବ୍ଲକ ଅଧିନସ୍ଥ ପ୍ରବାସୀ ଓଡ଼ିଆ ମାନେମଧ୍ୟ ଆନ୍ଧ୍ରପ୍ରଦେଶ,ତାମିଲନାଡୁ ଏବଂ ତେଲେଙ୍ଗାନା ରୁ ମୋଟ୧୨୨ ଜଣ ଫେରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରବାସୀଙ୍କୁ ରାମନାଗୁଡା ବ୍ଳକ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ସଙ୍ଗରୋଧ ରଖାଯାଇଥିବାବେଳେ ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡା ଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ଉକ୍ତ ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ଖାଇବା,ରହିବାରେ ଧ୍ୟାନ ରଖାଯାଇଥିବାବେଳେ ଶ୍ରମିକ ମାନେ କିଭଳି ସୁସ୍ଥ ରହିବେ ସେଥିପାଇଁ ବିଭିନ୍ନ ସରକାରୀ କର୍ମଚାରୀ ମାନେ କୋରନା ଯୋଦ୍ଧା ଭାବେ ସେବା ଯୋଗାଇଛନ୍ତି । ରାମନାଗୁଡା ବିଡ଼ିଓ ବେଣୁଧର ଶବର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀ କୋରନାରୁ ବଞ୍ଚିବା ସହ ସୁସ୍ଥ ରହିବା ସହ ଯୋଗ ବ୍ୟାୟାମ ସମ୍ବନ୍ଧରେ ନେଇ କିଭଳି ସଚେତନ ରହିବେ ସେ ନେଇ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି। ରାମନାଗୁଡାରେ କୋରନା ଯୋଦ୍ଧା ଭାବେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଂଶସା କରାଯାଇଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment