ଛତ୍ରପୁର,୩୦/୦୭(ପିପିଟି): ଗତକାଲି ଜିଲ୍ଲା ସ୍ତରୀୟ ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସମସ୍ତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ସ୍କିଟ୍, ସ୍ଲୋଗାନ୍ ଲିଖନ ଓ ରିଲ ପ୍ରସ୍ତୁତି ପ୍ରତିଯୋଗିତା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ଉପ ଜିଲ୍ଲାପାଳ ଶିବାଶୀଷ ବରାଳ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଡେପୁଟି କଲେକ୍ଟର ରବୀନ୍ଦ୍ର ମିଶ୍ର ଓ ଡେପୁଟି କଲେକ୍ଟର ଲକ୍ଷ୍ମୀ ପ୍ରସନ୍ନା ଦୋରା,ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଡ. ଇମିତିଆଜ୍ ଶାହା ଓ ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା କରିଥିଲେ ।