ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ତମ ଜୟନ୍ତୀ; ଗୋରକ୍ଷା ଆଶ୍ରମକୁ ମାସକର ବେତନ ପ୍ରଦାନ କଲେ ମନ୍ତ୍ରୀ ।

ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ତମ ଜୟନ୍ତୀ; ଗୋରକ୍ଷା ଆଶ୍ରମକୁ ମାସକର ବେତନ ପ୍ରଦାନ କଲେ ମନ୍ତ୍ରୀ ।

ଭଞ୍ଜନଗର, ୦୧/୧୦(ପିପିଟି):ବେଲଗୁଣ୍ଠା ବ୍ଲକ ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ବିଶିଷ୍ଠ ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ଏଠାରେ ପ୍ରତିଷ୍ଠିତ ଉତ୍କଳ ପ୍ରଦେଶର ଅନ୍ୟତମ ଗୋଶାଳା ଶ୍ରୀବତ୍ସ ଗୋରକ୍ଷାଶ୍ରମ ମଧ୍ୟ ତାର ୧୦୧ତମ ବର୍ଷ ପୁରଣ କରିଛି।ଏହି ଅବସରରେ ୨ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ସୋମବାର ପ୍ରଥମ ଦିବସରେ ଆର୍ଯ୍ୟ ଜଗତରେ ଲବ୍ଧ ପ୍ରତିଷ୍ଠିତ ବିଦ୍ୱାନ ଗୋରକ୍ଷାଶ୍ରମର ସଭାପତି ଆଚାର୍ଯ୍ୟ ଡ. ସୁଦର୍ଶନ ଦେବଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ।ଆଶ୍ରମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସେସବୁର ସମାଧାନ ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଦ୍ଵିତୀୟ ଦିବସରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଂଖ୍ୟାଧିକ ସାଧୁସନ୍ଥ, ପଣ୍ଡିତ, ବିଦ୍ୱାନ, ଆର୍ଯ୍ୟ ସମାଜ ସଦସ୍ୟଙ୍କ ଉପସ୍ଥିତିରେ ୫୧ କୁଣ୍ଡୀୟ ସନାତନ ବୈଦିକ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ କରି ଖୁସି ବ୍ୟକ୍ତ କରିଥିଲେ।ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀମାନେ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ସମ୍ପର୍କରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ବକ୍ତବ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ପୁରସ୍କୃତ କରା ଯାଇଥିଲା।ପୂର୍ବରୁ ଏହି ଆଶ୍ରମ ସମ୍ପର୍କରେ ମନ୍ତ୍ରୀ ଜ୍ଞାତ ନଥିବା ବେଳେ ଏବେ ଏହାର ସୁରକ୍ଷା ଓ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେବା ସହ ନିଜ ଏକ ମାସର ବେତନ ବାବଦରେ ୧ଲକ୍ଷ ୧ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକ ନୂତନ ଗୋ ଶାଳାକୁ ଉଦଘାଟନ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ଡ଼. ସୁଦର୍ଶନ ଦେବ, ଟ୍ରଷ୍ଟି ବାଲ୍ମୀକି ପଟ୍ଟନାୟକ,ଟ୍ରଷ୍ଟି ଗୋପବନ୍ଧୁ ସାହୁ,ଟ୍ରଷ୍ଟି ସନ୍ତୋଷ ଆଚାରୀ,ଟ୍ରଷ୍ଟି ସୁବ୍ରତ ସାମଲ, କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରକାଶ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment