ମାଲକାନଗିରି,୨୦/୧୧(ପିପିଟି): ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁନାନଙ୍କ ଜୟନ୍ତୀ ଉପଲକ୍ଷେ ତିନି ଗୋଟି କୃଷି ଆଇନ ପ୍ରତ୍ଯାର କରି ନେବା ଘୋଷଣା କିରିବା ଫଳରେ ସଂସୁକ୍ତ କିଷାନ ମୋର୍ଚ୍ଚ ମାଲକାନଗିରି ଶାଖା ତରଫରୁ ବିଜୟ ଦିବସ ପାଳନ କରା ଯାଇଛି । ଏହି କିଷାନ ବିରୋଧି କଳା କାନୁନ ପ୍ରତ୍ଯାହାର କରି ନେବା ପାଇଁ ଲଗାତର ଭାବରେ ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକ ମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦୀର୍ଘ ୧୫ ମାସ ଧରି ରାଜରାସ୍ତାରେ ଆନ୍ଦୋଳନକୁ ତୀବ୍ର କରିଥିଲେ । ମୋଦୀ ସରକାରଙ୍କ ତରବରିଆ ଭାବେ ପାରିତ କରେଇ ନେଇଥିବା ବିବାଦୀୟ କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀର ସଂଯୋଗ ପଥକୁ ଅବରୋଧ କରି ଯେଉଁ ଆନ୍ଦୋଳନ ଚଳେଇଥିଲେ, ଆଜି ବିଜୟ ହୋଇଛି। ଆନ୍ଦୋଳନକୁ ବିଭିନ୍ନ ସମୟରେ ଅଗଣତାନ୍ତ୍ରିକ, ମାଓବାଦୀ ଖଲିସ୍ଥାନୀ ତାଲିବାନୀ ମୁଷ୍ଟିମେୟ ଆଦି ଆଖ୍ୟା ଦେଇଥିବା ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ହଠାତ ଗତକାଲି ସକାଳ ସମୟରେ ଆଗାମୀ ଦିନରେ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିରେ ଆଗରେ ରଖି ନିଜେ ନାଟକୀୟ ଢଙ୍ଗରେ ଆଇନକୁ ପ୍ରତ୍ୟାହାର କରିବା ସହିତ ଆଗାମୀ ଶୀତକାଳୀନ ଅଧିବେଶନରେ ବିଧିବଦ୍ଧ ଭାବେ ବିଧେୟକ ଆଣି ସମସ୍ୟାର ପୂର୍ଣ୍ଣାଙ୍ଗ ସମାଧାନ କରିବା ପାଇଁ ଘୋଷଣା କରିଥିଲେ। ଯାହା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ପୂର୍ବରୁ ବିଭିନ୍ନ ସମୟରେ ଦେଶର କୃଷକଙ୍କୁ ବିଶ୍ୱାସକୁ ନନେଇ ଅନେକ କୃଷି ବିରୋଧୀ ଏବଂ ଆଦାନୀଙ୍କ ପରି ପୁଞ୍ଜିପତି ମାନଙ୍କୁ ସୁହେଇଲା ପରି କାର୍ଯ୍ୟକ୍ରମ ଚଳେଇଥିବାରୁ, ଏବେ ମଧ୍ୟ କୃଷକ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବିଶ୍ୱାସ କରୁନଥିବା ବକ୍ତବ୍ୟରୁ ସ୍ପଷ୍ଟ ବାରିହେଉଥିଲା। ତେଣୁ କୃଷି ଆଇନକୁ ବାତିଲ କରିବା ସହ କୃଷିଜାତ ପଦାର୍ଥର ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଏବଂ ଦୁଇ ୨୦୨୦ମସିହାରେ ଲାଗୁକରିଥିବା କୃଷକ ବିରୋଧୀ ବିଦ୍ୟୁତ ବିଲ ଆଦି ପ୍ରତ୍ୟାହାର ଦାବି ହାସଲ ନହେବା ଯାଏ ଆନ୍ଦୋଳନ ଜାରି ରହିବା କଥା ବକ୍ତବ୍ୟରୁ ସ୍ପଷ୍ଟ ଜଣାଯାଇଛି। ଆଜିର ବିଜୟ ଉତ୍ସବ ପାଳନ ଅବକାଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସଭାପତି ବ୍ରଜ ମାଝୀ, ରାଷ୍ଟ୍ରୀୟ ମଜଦୂର ମହାସଂଘ ସଭାପତି ସୋନୁ ଅନୁଗୁ,ଜିଲ୍ଲା ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ, କୃଷକ ସଭା ସଭାପତି ଭୂପେସ କର୍ମକାର,ଆମ୍ବଦକର ବିଚାର ପରିଷଦ ସଭାପତି ଲକ୍ଷ୍ମଣ ଘରାମୀ ପ୍ରମୁଖ ଯୋଗଦେଇଥିଲେ। ଏହା ବ୍ଯତୀତ ବିଜୟ ଦିବସ ପାଳନ ପରିପ୍ରେକ୍ଷୀରେ ଡିଏନକେ ଛକ ଠାରେ ଆନନ୍ଦ ଉଲ୍ଲାସର ସହିତ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ବାଣ ଫୁଟା ଯାଇଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)