ଜଗତସିଂହପୁର,୧୮/୧୦(ପିପିଟି); ଜଗତସିଂହପୁର ଜିଲ୍ଲାର ଗୋରେଖନାଥ ରେଳଷ୍ଟେସନ ଠାରେ ଅଖିଳ ଭାରତ କୃଷକ ସଭା,ନବ ନିର୍ମାଣ କୃଷକ ସଂଗଠନ,ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଂଗଠନର ସତ୍ୟ ରଂଜନ ମହାନ୍ତି, ସୁବାସ ସ୍ବାଇଁ, ପ୍ରସନ୍ନ କୁଅଁର, ରାଜକିଶୋର ସ୍ଵାଇଁ,ରଂଜନ ବିଶ୍ବାଳ, ପବିତ୍ର ନାୟକ, ରବିନ୍ଦ୍ର ଦାସ, ବୈକୁଣ୍ଠନାଥ ବିଶ୍ଵାଳ, ବୈରାଗୀ ଚରଣ ସାହୁ, ଗନ୍ଧର୍ବ ଖଟୁଆ, ରବିନ୍ଦ୍ର ବାରିକ, ବିଜୟ କୁମାର ପତି, ଘନଶ୍ୟାମ ମହାନ୍ତି, ସୁରେନ୍ଦ୍ର କୁମାର ପାତ୍ର, ସୁରେନ୍ଦ୍ର ଦାସ, ବଂଶୀଧର ସାହୁ,ସରୋଜ କୁମାର ସ୍ଵାଇଁ, ନାରାୟଣ ଦାସ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଚାଷୀ ଏକତ୍ରିତ ହୋଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହ୍ବାନ ଦିଆଯାଇଥିବା ଆଜିର ରେଳରୋକ ଆନ୍ଦୋଳନକୁ ସମର୍ଥନ ଜଣାଇ ରେଳ ଧାରଣା ଉପରେ ବସିରହିଥିଲେ । ଉଲ୍ଲେଖ ଯୋଗ୍ୟଯେ ତିନି କଳା କୃଷି ଆଇନ, ବିଦ୍ୟୁତ ବିଲ ସଂଶୋଧନ ଆଇନ ୨୦୨୦ ବାତିଲ କରିବା,ସମସ୍ତ କୃଷିଜାତ ଦ୍ରବ୍ୟକୁ ଏମ୍ଏସ୍ ପି ଅନ୍ତର୍ଭୁକ୍ତ କରିବା ସହ ଆଇନ ସମ୍ମତ କରିବା ଏଵଂ ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ମୀପୁରର ଖେରି ଠାରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରତ କୃଷକ ମାନଙ୍କ ଉପରକୁ ଗାଡ଼ି ଚଢାଇ ଚାଷୀ ଓ ସାମ୍ବାଦିକ ଙ୍କୁ ହତ୍ୟା କରିଥିଵା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର କରିବା ସହ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା,ନିହତ ବ୍ୟକ୍ତିଙ୍କ ପରିବାରକୁ ୧କୋଟି ଟଙ୍କା ସହାୟତା ପ୍ରଦାନ ସହିତ ଆହତ କୃଷକଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଦିନ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଆଜିର ରେଳରୋକ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )