ସଂପୁର ରେ ନିଆରା ଭାବେ ହୋଲି ଉତ୍ସବ ପାଳିତ।।

ବୋଲଗଡ଼,୦୪/୦୩(ପିପିଟି): ଭାଇଚାରା ପର୍ବ ରେ ଖୁସି ମନାଇଲେ ବରିଷ୍ଟ ନାଗରିକ ।ବରିଷ୍ଟ ନାଗରିକମାନଙ୍କ ଗହଣରେ ଯୁବଗୋଷ୍ଟି ପାଳିଲେ ଭାଈ ଚାରା ହୋଲି ପର୍ବ ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁର ଗ୍ରାମ ସ୍ଥିତ ନୟାପାଟଣା ରଘୁନାଥ ମନ୍ଦିର ପ୍ରାଙ୍ଗଣ ରେ ଏହି ଭାଇଚାରା ହୋଲି ଉତ୍ସବ ନିଆରା ଭାବେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମୂହ ବରିଷ୍ଟ ନାଗରିକମାନେ ଏକତ୍ରିତ ହୋଇ ଭାଇଚାରା ରଙ୍ଗ ଉତ୍ସବ ରେ ନିଜ ମଧ୍ୟରେ ମହା ଆନନ୍ଦ ସହକାରେ ଭାବ ବିନିମୟ ପ୍ରଦାନ କରିଥିଲେ ।ନା ଥିଲା ମାଦକ ଦ୍ରବ୍ୟ ,ନା ଥିଲା ଡି ଜେ ଗାଡ଼ି ର ବିକଟାଳ ଶବ୍ଦ ,ନା ଥିଲା ନିଜ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ଓ ସେଠାରେ ଶରୀର ପାଇଁ କ୍ଷତିକାରକ ବିଭିନ୍ନ ପ୍ରକାରର ରାସାୟନିକ ରଙ୍ଗ ରହି ନଥିଲା । ସେଠାରେ କେବଳ ପ୍ରାକୃତିକ ରଙ୍ଗ ବେରଙ୍ଗ ର ଫଗୁ ବ୍ୟବହାର କରାଯାଇଥିଲା । ପ୍ରାରମ୍ଭ ରେ ଗ୍ରାମର ଯୁବକ ମାନେ ଗୁରୁଜନ ଙ୍କ ମଥା ଓ ପାଦ ରେ ଫଗୁ ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ ବ୍ଲକ ଅଞ୍ଚଳ ର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଦେଇ ଭାଇଚାରା ହୋଲି ପର୍ବ ସମ୍ପର୍କ ରେ ଶୁ ମତ ବ୍ୟକ୍ତ କରିଥିଲେ ।ଯୁବ ସମାଜ ସେବୀ ହେମନ୍ତ କୁମାର ଦେଓ ସ୍ବାଗତ ଭାଷଣ ଦେଇ ଥିବା ବେଳେ ସାମ୍ବାଦିକ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ଦେଓ ମହାପାତ୍ର,ଧନେଶ୍ଵର ସ୍ୱାଇଁ,ଆଇନଜୀବୀ ରାମଚନ୍ଦ୍ର ଜୟସିଂହ,ବିର ଲେଙ୍କା,ସୁମନ୍ତ ଦେଓ,ରବୀନ୍ଦ୍ର କୁମାର ସଥୁଆ,ପ୍ରସନ୍ନ କୁମାର ମହଲା,ଦାଶରଥି ବେହେରା ,ନାରାୟଣ ମହାନ୍ତି,ବ୍ରଜବନ୍ଧୁ ଲେଙ୍କା,ଆନନ୍ଦ କୁମାର ସେନାପତି,ପ୍ରମୋଦ ଚୌଧୁରୀ,ଦୁର୍ଯ୍ୟୋଧନ ଓଝା,ଦାଶରଥି ସେଠୀ ,ବଲୁଙ୍କା ବେହେରା,ଭ୍ରମରବର ଦେଓ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଶାନ୍ତନୁ ଛୋଟରାୟ,ପ୍ରଦୀପ୍ତ କୁମାର ପରିଡ଼ା,ପ୍ରୀୟବତ୍ତ ଦାସ,ଏମ ଆଲୋକ କୁମାର,ଲକ୍ଷ୍ମୀ ଧର ନାୟକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରିସେଶ ରେ ହର ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment