ବୋଲଗଡ଼,୦୧/୦୪(ପିପିଟି),ପାଞ୍ଚଗଡ ସୃଜନଶୀଳ ସମିତି ଆନକୂଲ୍ୟରେ ଉତ୍କଳ ଦିବସ କୋଭିଡ୍ -୧୯ ନିୟମ ପାଳନ କରାଯାଇ ଓ ସାମାଜିକ ଦୂରତା ରକ୍ଷାକରାଯାଇ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ସରକାରୀ ଚତୁର୍ଭୂଜ ହାଇସ୍କୁଲର ସମ୍ମିଳନୀ କକ୍ଷରେ ନିରାଡମ୍ବର ସହକାରେ ଅନଷ୍ଠିତ ହୋଇଅଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ଗୋପୀନାଥ ପରିଜା, ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ସୁମନ୍ତ ଛୋଟରାୟ ଓ ସମ୍ମାନୀତ ଅତିଥିଭାବେ ବ୍ଲକ ଗୋଷ୍ଠୀ ସହଶିକ୍ଷାଧିକାରୀ ପ୍ରଭାସିନୀ ସିଂହ , ଦୁଃଖୀଶ୍ୟାମ ନନ୍ଦ, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ସଭାପତିତ୍ବ କରି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଅନିଲ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସମ୍ପାଦକ ବିଶ୍ବରଂଜନ ସେଠୀ ସଂପାଦକୀୟ ବିବରଣୀ ପଠନ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଓ ଫୁଲ ଚନ୍ଦନ ଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ବନ୍ଦେ ଉତ୍କଳଜନନୀ ଓ ଜାତୀୟ ସଙ୍ଗୀତ ମାଧ୍ୟମରେ ଉତ୍କଳ ଦିବସକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ ନିମନ୍ତ୍ରିତ ଅତିଥିମାନେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବଳିଦାନ ଦେଇଥିବା ଭୂମିପୁତ୍ର ଓ ମହାପୁରୁଷ ମାନଙ୍କର ଜୀବନୀ କାହାଣୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମସ୍ତେ ଓଡ଼ିଆ ପୁଅ ହିସାବରେ ଓଡ଼ିଆ ଭାଷାର ସୁରକ୍ଷା କରି ଏବଂ ଓଡ଼ିଆ ଭାଷାର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟର ସୀମା ସୁରକ୍ଷା ରକ୍ଷାକରିବାକୁ ଶପଥ ନେଇଥିଲେ । ଏହି ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଦିବସକୁ ପ୍ରତି ବର୍ଷ ସମସ୍ତ ଜନସାଧାରଣଙ୍କ ସହଯୋଗରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା । ଏହି ଉତ୍ସବରେ ବହୁ ଜନସାଧାରଣ , ଶିକ୍ଷକ , ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଏହି କା୍ଯ୍ୟକ୍ରମକୁ ଅବିନାଶ ମହାନ୍ତି , ହରପ୍ରସାଦ ମହାନ୍ତି, ନାରଣ ରଣସିଂହ, ପ୍ରିୟବ୍ରତ ଦାସ , ହୃଦାନନ୍ଦ ସାହୁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ । ପରିଶେଷରେ ସହସମ୍ପାଦକ ସମ୍ବିତ କେଦାର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )