ସଂଧ୍ଯା ଆଗତ ହେଲେ ରାସ୍ତାରେ ଗାଈ ମାଳ ମାଳ,ମାଲକାନଗିରି ପୌର ପ୍ରଶାସନ ନିଷ୍କ୍ରୀୟ ।

ମାଲକାନଗିରି,ତା:୧୧/୧୦(ପିପିଟି); ମାଲକାନଗିରି ପୌରାଞ୍ଚଳରେ ସଂଧ୍ଯା ଆଗତ ହେଉ ହେଉ ରାସ୍ତା ଉପରେ ଗାଈ ଗୋରୁ ମାଳ ମାଳ । ଫଳରେ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ମାଲକାନଗିରି ପୌରାଞ୍ଚଳରେ ଜିଲ୍ଲ ସଦର ମହକୁମା । ଏଠାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ଯାଳୟ ରହିବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ,ଡାକ୍ତର ,ଇଞ୍ଜିନିୟ ରହିଥାନ୍ତି । ଜିଲ୍ଲାର କୋଣ ଅନୁକୋଣରୁ ସରକାରୀ କାର୍ଯ୍ଯଳୟକୁ ବିଭିନ୍ନ କାର୍ଯ୍ଯରେ ଦୈନନ୍ଦିନ ଆସିଥାନ୍ତି । ଏହା ବ୍ଯତୀତ ମାଲକାନଗିରି ପୌରାଞ୍ଚଳରେ ବ୍ଯବସାୟ ପ୍ରତିଷ୍ଠାନଗୁଡିକ ଥିବାରୁ ସାମଗ୍ରୀ କ୍ରୟ ବିକ୍ରୟ ଲାଗି ପ୍ରତି ଦିନ ଜନ ସମାଗମ ହୋଇଥାଏ । ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପୌରାଞ୍ଚଳରେ ସ୍ଥାପିତ ହୋଇଥିବାରୁ ସଦା ସର୍ବଦା ମୁମୂର୍ଷୁ ରୋଗୀମାନଙ୍କୁ ନେଇ ଆମ୍ବୁଲାନସ ଗାଡି ଆସିଥାଏ । ବ୍ଯସ୍ତ ବହୁଳ ଗହଳ ଚହଳ ପୌରାଞ୍ଚଳରେ ଯାତାୟତର ପ୍ରତିବନ୍ଧକ ହେଲା ଗାଈ ଗୋରୁଙ୍କ ବିଚରଣ । ଗାଈ ଗୋରୁ ଦଳ ବଦ୍ଧ ଭାବେ ମୁଖ୍ଯ ରାସ୍ତାରେ ଶୋଇ ପଥରୋଧ କରୁଥିଲେ ମଧ୍ଯ ରାସ୍ତାରୁ ହଟାଇବାକୁ ଯେମିତି ପୌରପରିଷଦର କୌଣସି କର୍ମଚାରୀ ନାହାନ୍ତି । ଅନ୍ଯପକ୍ଷରେ ଗାଈ ପଲ ଡିଏନକେ ଟ୍ରାଫିକ ଛକ,ଡିଆରଡିଏ ଛକ,ସାପ୍ତାହିକ ହାଟ,ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖ,ବାଲିମେଳା ଛକ,ସୁଭାଷ ବୋଷ ଛକ,ତହସିଲ କାର୍ଯ୍ଯାଳୟ ସମ୍ମୁଖ,ବସ ଷ୍ଚାଣ୍ତ ଛକ, ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାରେ ସନ୍ଧ୍ଯା ହେଲେ ପ୍ରତି ଦିନ ଆସ୍ଥାନ ଜମାଇଥାନ୍ତି । ଏହି ଗାଈପଲ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ । ଜୀବନ ସଂକଟାପନ୍ନ ହୁଏ । ମୁମୂର୍ଷୁ ରୋଗୀ ଜୀବନ ରକ୍ଷା ଲାଗି ଦ୍ରୁତଗତିରେ ଆମ୍ବୁଲାନ୍ସ ନେଇ ମେଡିକଲ ଆସୁଥିବା ବେଳେ ଗାଈ ପଲ
ରାସ୍ତାରେ ଅବରୋଧ କରିବା ହେତୁ ରୋଗୀଙ୍କ ଜୀବନ ସଂଘର୍ଷ ପୂର୍ଣ୍ଣ ହୋଇଥାଏ । ଗାଈ ପାଳକ କ୍ଷୀର ପାଇଁ ଗାଈ ପୋଷେ ,ହେଲେ ଯତ୍ନ ନ ନେଇ ରାସ୍ତାକୁ ଛାଡି ଦିଏ । ଏଣୁ ଯେଉଁମାନେ ଏଭଳି ଦାୟିତ୍ବ ହିନ କାର୍ଯ୍ଯ କରୁଛନ୍ତି,ସେହି ଗୋପାଳକଙ୍କ ବିରୁଦ୍ଧରେ ପୌରପରିଷଦ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବା ବିଧେୟ ।ଗାଈ ପାଳନକାରୀମାନଙ୍କ ନାମ ଏକ ପ୍ଲାଷ୍ଟିକରେ ନାମାଙ୍କନ କରାଯାଇ ଗାଈର କାନରେ ଝୁଲାଇ ଦେଲେ ଗୋପାଳକ କିଏ ପରିଚୟ ମିଳିପାରିବ ।ଯଦି କୌଣସି ଗୋପାଳକ ଗାଈକୁ ରାସ୍ତାକୁ ଛାଡେ ବା ଗାଈର ଯତ୍ନ ନିଏ ନି, ଏଥି ପାଇଁ ଜରିମାନାର ବ୍ଯବସ୍ଥା କରିବା ଉଚିତ । ଗୋପାଳକମାନେ ଗାଈ ରାସ୍ତାକୁ ଛାଡିବାରୁ ବିରତ ରହିବେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment