ଉଲୁଣ୍ଡା,୦୧/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଂଗ୍ରାମପୁର ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଫିଟ ଇଣ୍ଡିଆ ମୁଭମେଣ୍ଟର ଦ୍ଵିତୀୟ ସଂସ୍କରଣ ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଛାତ୍ରଛାତ୍ରୀ ହୁଅନ୍ତୁ କି ବୟୋଜ୍ୟେଷ୍ଠ ନାଗରିକ ସମସ୍ତେ ସୁସ୍ଥ ରହିବାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାୟାମ,ଯୋଗ,ପ୍ରଣାୟମ,ଆତ୍ମରକ୍ଷା କୌଶଳ,ଦୌଡ,ଫୁଟବଲ,ଖୋଖୋ,ବ୍ୟାଡମିଣ୍ଟନ ଆଦି କ୍ରୀଡା ପ୍ରତିଯୋଗୀତ ଅନୁଷ୍ଠିତ ହୋଇଥିଲା । ଶେଷରେ ସିଆରସିସି ସୁନୀଲ ମହାପାତ୍ର ଓ ପ୍ରଧାନଶିକ୍ଷକ ମନୋରଞ୍ଜନ ବାଘ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିବାବେଳେ ଶିକ୍ଷକ ରାଜେଶ ମେଂଡ଼ିଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)