ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀଙ୍କ ପରଲୋକ ।

ବେଲଗୁଣ୍ଠା,୩୦/୦୬(ପିପିଟି); ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ସୁରେନ୍ଦ୍ର ଭୂୟାଁ (୬୨)ଙ୍କ ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ ପରଲୋକ ଘଟିଛି । ସେ କିଛି ଦିନ ହେବ ମଧୂମେହ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି ସିଂହମର୍ଦ୍ଦନ ସ୍ଥିତ ନିଜ ବାସଭବନରେ ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ମୀନକେତନ,ଶିଶିର,ଦୁଇ ବୋହୂ ସୁସ୍ମିତା, ସନ୍ତୋଷୀଙ୍କ ସମେତ ଅନ୍ୟ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଭୂୟାଁ ଜଣେ ଅମାୟିକ ଏବଂ ସରଳ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳରେ ବେଶ ଜଣା ଶୁଣା ଥିଲେ । ସେ ମଧ୍ୟ ଗ୍ରାମ ଦଣ୍ଡନାଚର ଜଣେ ବରିଷ୍ଠ କଳାକାର ଥିଲେ । ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ନିର୍ଦ୍ଦେଶକ ଓ ସଦସ୍ୟ ,ଗ୍ରାମ୍ୟ ପରିଚାଳନା କମିଟି ସଭାପତି, ସିଂହମର୍ଦ୍ଦନ ଦଣ୍ଡନାଚ କଳାକାର ସଂଘ, ଶିକ୍ଷକ ଶିଶିର କୁମାର ସ୍ଵାଇଁ, ଗଣମାଧ୍ୟମ ପ୍ରତିନିଧି ବିଭୁପାଦ ଜେନା, ପ୍ରଦ୍ୟୁମ୍ନ ପାତ୍ର, ସନ୍ତୋଷ ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଭୂୟାଁଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment