ସଂକୀର୍ତ୍ତନ କଳାକାରମାନେ ସମାଜର ମୋକ୍ଷକାମୀ : ମହାସଚିବ ।

ବ୍ରହ୍ମପୁର,୧୬/୧୧(ପିପିଟି):ସଂକୀର୍ତ୍ତନ କଳାକାରମାନେ ନାମ ସଂକୀର୍ତ୍ତନ ମାଧ୍ୟମରେ ସମାଜର ମୋକ୍ଷ ମୋକ୍ଷ ମାର୍ଗ ପ୍ରଦର୍ଶକ ଭାବେ କାମ କରୁଥିବା ହେତୁ ସେମାନେ ସାଧୁବାଦାର୍ହ ବୋଲି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅଷ୍ଟ ପ୍ରହାର ନାମ ସଂକୀର୍ତ୍ତନ ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବାଲାଜୀପେଣ୍ଠ ଗୌଡ଼ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ମହାସଂଘ ଆୟୋଜିତ କାର୍ତ୍ତିକ ମାସବ୍ୟାପୀ ଆଧ୍ୟାତ୍ମିତ କାର୍ଯ୍ୟକ୍ରମ ସାଧୁ କହ୍ନେଇ ସାହୁ ଏବଂ ନିମାଇଁ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାହିତ ହୋଇଯାଇଛି। ଅଷ୍ଟ ପ୍ରହାର ନାମ ସଂକୀର୍ତ୍ତନରେ ମହାଛାଇ ପେଣ୍ଠ, ଜଗନ୍ନାଥ ପୁର, ହୁରୁଡ଼ଙ୍ଗ,ନିମଖଣ୍ଡି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଜଗତ ମୋକ୍ଷକାମୀ ନାମ ସଂକୀର୍ତ୍ତନ କରିଥିଲେ। ଉଦଯାପନୀ ଅବସରରେ ସର୍ବଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ପ୍ରଭା ନାୟକ, କେ. ଶ୍ରୀରାମୁଲୁ, ଜେ. ନାରାୟଣ, ଗୁରୁ ବେହେରା,ଜାନକୀ ମହାନ୍ତି, ସିଏଚ. ଚେନେୟା, ଏନ୍. ଲାଛମେୟା ପ୍ରମୁଖ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ମାସବ୍ୟାପୀ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ସାମଲ,ଶିଶିର ସାହାଣୀ, ଦିବାକର ସାମଲ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ରବି ନାରାୟଣ ଚୌଧୁରୀ, ସନିଆ ବେହେରା, ପ୍ରଦୀପ କୁମାର ସାହୁ, ମିଟୁ ମହାଙ୍କୁଡ, କିଶୋର ଚନ୍ଦ୍ର ସାହୁ, ପଦ୍ମ ଚରଣ ନାୟକ, ଶିବରାମ ସାବତ, ମନୋଜ କୁମାର ଦାଶ, ଚନ୍ଦ୍ରଶେଖର ନାୟକ, ରବୀନ୍ଦ୍ର ସାମଲ, ଧର୍ମରାଜ ପାଣିଗ୍ରାହୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଭିଙ୍କୁ ମହାସଂଘ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ମନ୍ଦିର ପୂଜକ ସନ୍ତୋଷ କୁମାର ପାଢ଼ୀ, ପୁରୋହିତ ନିରଞ୍ଜନ ନନ୍ଦ, ବିଜୟ କୁମାର ବେହେରା ଵିଧିବତ ପୂଜା କର୍ମ ସମ୍ପାଦନ କରିଥିଲେ। ପରିଶେଷରେ ମହାସଂଘ ସଦସ୍ୟ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment