ଷ୍ଟାର୍ଟଅପ ପ୍ରତିଯୋଗିତା ଅନୁଷ୍ଠିତ ।

କୋଦଳା,୩୧/୦୭(ପିପିଟି):ଶୁକ୍ରବାର ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦାଳରେ ଷ୍ଟାର୍ଟଅପ ପ୍ରତିଯୋଗିତା ଭାରପ୍ରାପ୍ତ ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ ଷ୍ଟାର୍ଟଅପ ପ୍ରତିଯୋଗିତା ର ଆଭିମୁଖ୍ୟ ସମ୍ପର୍କେ କହିଥିଲେl ଅଧ୍ୟକ୍ଷା ଷ୍ଟାର୍ଟଅପ ଛାତ୍ରଛାତ୍ରୀଙ୍କ ବିକାଶ ରେ କିପରି ସହାୟକ ହୋଇଥାଏ ସେ ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୋଦଳା ଶାଖାର ମୁଖ୍ୟ ପରିଚାଳକ ଶ୍ରୀମତୀ ପାୟଲ ପରିଜା ଷ୍ଟାର୍ଟଅପ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ପ୍ରତିଯୋଗିତାରେ ବିଚାରକ ଭାବେ ପୁରାତନ ଛାତ୍ର ତଥା ଵାଲବିକାଶ , କୋଦଳାର ଅଧ୍ୟକ୍ଷ  ଅବିରେଶ ମହାପାତ୍ର, ଗାୟତ୍ରୀ ଶିକ୍ଷାନୁଷ୍ଠାନ, କୋଦଳାର ମୁଖ୍ୟ ପରିଚାଳକ ଦୀପକ କୁମାର ଖଟେଇ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଲିପୁନ ମାଝୀ ରହିଥିଲେ । ଶୈକ୍ଷିକ ଅଧିକାରୀ ବିନୋଦ କୁମାର ମିଶ୍ର ଷ୍ଟାର୍ଟଅପର ବିଭିନ୍ନ ଦିଗ ବିଷୟରେ କହିଥିଲେ । ଆଜିର ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ନିଜର ପ୍ରକଳ୍ପ ପାୱାରପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।

Comments (0)
Add Comment