କୋଦଳା,୦୭/୦୬(ପିପିଟି): ମଙ୍ଗଳବାର ସକାଳୁ ସକାଳୁ ଏକ ଦୁଖଦଃ ଘଟଣା ଘଟିଯାଇଛି । ଏକ ବୁଲା ଷଣ୍ଢ ଆକ୍ରମଣ ରେ ଜଣେ ଗାଇଚରାଳି ଯୁବକ ର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା କୋଦଳା ସବଜୈଲ ନିକଟସ୍ଥ ଡାକବଙ୍ଗଳା ନିକଟ ରେ ଆଜି ସକାଳୁ ଗୋଲାସାହିର ଗାଈ ଚରାଳି ବଳିଆ ଗୌଡ଼ ଗାଈ ଚରାଇବା ପାଇଁ ଯିବା ସମୟରେ ହଠାତ ଏକ ବୁଲା ଷଣ୍ଢ ବଳିଆଙ୍କୁ ବାରମ୍ବାର ଆକ୍ରମଣ କରିଥିଲା ।ଯାହା ଫଳରେ ବଳିଆ ଗୁରୁତର ଆହତ ହୋଇ ସେଠାରେ ପଡିଥିଲା ।ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ବଳିଆର ଛାତି ଏବଂ ଯୌନାଙ୍ଗରେ ଗଭୀର କ୍ଷତ ଶୃଷ୍ଟି ହୋଇଥିବାରୁ ସେଠାରେ ପ୍ରାଥମିକ ଚିକତ୍ସା କରାଯାଇ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବଡ଼ ମେଡିକାଲରେ ଚିକିତ୍ସା ଅବସ୍ଥାରେ ହିଁ ବଳିଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ କାଉନସିଲର ମନୋରଞ୍ଜନ ଡାକୁଆ ପାଖେ ପାଖେ ରହି ସମସ୍ତ ବିଷୟ ବୁଝୁଥିବା ଜଣାପଡୁଛି । ବଳିଆର ବାପା ମୃତ୍ୟୁ ବରଣ କରିଥିବାରୁ ମା ସହିତ ରହୁଥିଲା,ସେ ଗାଇଚରାଇ ଯାହା ରୋଜଗାର କରୁଥିଲା ମା ପୁଅ ଚଳୁଥିଲେ । ଉକ୍ତ ଗରିବ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସହିବାସିନ୍ଦା ଅନୁରୋଧ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଇ ଷଣ୍ଢ ଟି ବୋହୁ ଲୋକଙ୍କୁ ଆକ୍ରମଣ କରିସାରିଲାଣି ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)