ଷଣ୍ଢକୁ ମରଣାନ୍ତକ ଆକ୍ରମଣ; ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଚିକିତ୍ସା ।

ଭଞ୍ଜନଗର,୨୨/୧୨(ପିପିଟି):ଭଞ୍ଜନଗର ସହରରେ ବୁଲୁଥିବା ଏକ ଷଣ୍ଢକୁ ଗତ ରାତିରେ କେହି ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବଶତଃ ସେ ଖସି ଯାଇଥିଲା।ବୁଧବାର ସକାଳେ କିଛି ଲୋକ ଷଣ୍ଢଟିର ଏଭଳି ଅବସ୍ଥା ଦେଖିବା ପରେ ପ୍ରଥମେ କିଛି ଆଇନଜୀବି ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।ସେମାନେ ପଶୁ ଡାକ୍ତରଙ୍କ ଦ୍ଵାରା ତାର ଚିକିତ୍ସା କରିବା ସହ ଏନ୍ଏସି କର୍ମଚାରୀଙ୍କ ସହଯୋଗରେ ଷଣ୍ଢଟିର ଯତ୍ନ ନେବା ପରେ ବର୍ତ୍ତମାନ ଆହତ ଷଣ୍ଢଟି ସୁସ୍ଥ ଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment