ଶୋଇପଡ଼ିଲା ଏ ଲୋକଟିଆ
ଉ ଉଠିବନି….ବ
ନ୍ଧୁ ପରିଜନ “ଉଠ୍ ଉଠ୍”କହି
ଚିତ୍କାର କଲେ/ପରିବାର ଲୋକେ
ବିକଳରେ କାନ୍ଦିଲେ/ସେ ଆଉ
ନିଦ୍ରା ପରିହରି କରିବନି….!!
ଚାରିଆଡେ ଚର୍ଚ୍ଚା ହେଲା:ସେ ଲୋକଟି ଚାଲିଗଲା
ଆଉ ଫେରିବେନି/ଯିଏ ଶୁଣିଲା: ଦୁଃଖ କଲା
ଥୋକେ ଘର ଆଗରେ ରୁଣ୍ଡ ହେଲେ….!!
କାନ୍ଦ ବୋବାଳିରେ ଫାଟି ପଡୁଛି
ଗଗନ ପବନ/ଲୋକଟି ଶୋଇଛି ଯେ ଶୋଇଛି
ଆଖି ଖୋଲୁନି/କିଏ କୋକେଇ ସଜାଡ଼ିଲା
କିଏ ଟେକିରେ ନିଆଁ ଧରିଲାଣି/କିଏ ଖଇ କଉଡ଼ି
ବିଞ୍ଚିବାକୁ ପ୍ରସ୍ତୁତ ହେଲାଣି….!!
ସେ ଆଉ ଚାହିଁବ ନି/କଥା କହିବନି
ଅନୁଶାସନ କରିବନି/କାହାରିକୁ ବିରକ୍ତ ହେବନି
ସେ ସେମିତି ଶେଯରେ ପଡ଼ିଛି ହିଁ ପଡ଼ିଛି
ଏବେ ସବୁ ଅର୍ଜିଥିବା ଧନ/ଘର ବାଡ଼ି
ଛାଡି ଯିବ/ଲୋଭ ମୋହ ମାୟା ଯାହାଥିଲା
ସବୁ ଶେଷ …!!
ମରିଗଲା….ସେ ଲୋକଟି
ଯାହା ଅର୍ଜିଥିଲା ଶତ୍ରୁ
ଆଉ ମିତ୍ର /ଏବେ କେହି ନାହିଁ
ପରସ୍ପର ଭୁଲିଗଲେ….
ଶତ୍ରୁ ଆଉ ମିତ୍ର ଏକାକାର
ସମସ୍ତେ ନିର୍ବାକ/ଅବାକ
ସମସ୍ତେ ଶବ ଶୋଭାଯାତ୍ରାରେ
ଯିବାକୁ ବ୍ୟଗ୍ର:କୋକେଇ କାନ୍ଧେଇବା
ଠେଲାପେଲା/ସମସ୍ତେ ଶୋକାକୁଳ
ସ୍ତବ୍ଧ… !!
ଆଉ କିଛି ବାଟ ଗଲାପରେ
ଶ୍ମଶାନ/କାଠ ସଜଡା ହୋଇଛି
ଚିତାଗ୍ନି ପାଇଁ…..
ଜୁଇରେ ଜଳିଯିବ ସେ ଲୋକଟି
ମାଟି ପାଉଁଶ ହୋଇ/ତା ପରେ
ଭୁଲିଯିବା/ଧୀରେ ଧୀରେ ପାଶୋରି ଯିବା
ସବୁ ଦିନ ପାଇଁ….!!
ଏଠି ଯିଏ ଆସିଛି.. ସେ ଯିବ
କେହି ରହିବେ ନାହିଁ
ଧନୀ/ଗରିବ
ଦୁଃଖୀ/ସୁଖୀ
ପାପି/ତପି…..ସମସ୍ତେ
ସମୟ ସ୍ରୋତରେ ବିଲୀନ ହୋଇ ଯିବା….!!
କବି-କେଶବ ଚନ୍ଦ୍ର ନାୟକ
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)