ଜାତି କେବେ ଶ୍ରେଷ୍ଠ ନୁହେଁ ଧରିତ୍ରୀରେ
କର୍ମ ହୋଇଥାଏ ଶ୍ରେଷ୍ଠ…..
ସୁଗନ୍ଧ ପାଇଁ ତ ସୁମନ ଆଦର
ବୃକ୍ଷରେ ଚନ୍ଦନ କାଷ୍ଠ….!!
ବର୍ଣ୍ଣ କେବେ ଶ୍ରେଷ୍ଠ ନୁହେଁ ଏ ମର୍ତ୍ତ୍ୟରେ
ଗୁଣ ହିଁ ଶ୍ରେଷ୍ଠରେ ଗଣ୍ୟ….
କଳା ପିକ କଣ୍ଠ କରେ ବିମୋହିତ
ବସନ୍ତେ ଫଗୁଣ ଜାଣ…!!
ଧର୍ମ କେବେ ଶ୍ରେଷ୍ଠ ନୁହେଁ ଅବନୀରେ
ଯେଉଁଠି ସାମ୍ଯତା ଶୂନ୍ୟ….
ହିଂସା-ଦ୍ୱେଷ-ଘୃଣା ଥିଲେ ପରିପୂର୍ଣ୍ଣ
ସେ କିବା ହେବ ମହାନ…?
ଧନ କେବେ ଶ୍ରେଷ୍ଠ ନୁହେଁ ଏ କ୍ଷିତିରେ
ସଦ ଉପଯୋଗ ନାହିଁ….
ରାଜା ଶ୍ରେଷ୍ଠ କିବା ପ୍ରଜା ପୀଡନରେ
ଦୟା କ୍ଷମା ଚିତ୍ତେ ନାହିଁ….!!
ମାନବ କି ଶ୍ରେଷ୍ଠ ଏହି ଧରାଧାମେ
କୃର ଆଚରଣ ଧରି….
ପଶୁ ସମ ଯେବେ ଆଚରଣ ରଚି
ରକ୍ତରେ ଖଳଇ ହୋରି….!!
ଶ୍ରେଷ୍ଠ ହେବ ସିନା କରି ସ୍ବାର୍ଥ ତ୍ୟାଗ
ସମାଜ ହିତରେ ପ୍ରାଣ….
ଉତ୍ସର୍ଗୀ ସର୍ବଦା ଅନ୍ୟର ଉତ୍ଥାନେ
ସଦା ହୋଇଥାଏ ମଗ୍ନ…..!!
(ଉତ୍କଳ ରତ୍ନ କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭