ପୋଲସରା,୧୯/୦୧ (ପିପିଟି):ଗଞ୍ଜାମ ଜ଼ିଲ୍ଲା,ପୋଲସରା ବ୍ଲକର ରୁମାଗଡ଼ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡେଶ୍ଵର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଇ ଓ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ପୁର୍ବକପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକର୍ମ ଶୁଭାରମ୍ଭ କରିଥିଲେ। ପରେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ପୋଲସରା ନଏ ସି ଏବଂ ୨୬ ଗୋଟି ପଞ୍ଚାୟତ ସ୍ଥିତ ମୋଟ ୩୪ ଗୋଟି ହାଇସ୍କୁଲ୍ ହାଇସ୍କୁଲଗୁଡ଼ିକ ମଧ୍ୟରୁ ୩୦ ଗୋଟି ହାଇସ୍କୁଲ ର ଯୋଗଦେଇଥିବା ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଏଵଂ ପ୍ରତିନିଧି ମାନଙ୍କୁ ଆନୁଷ୍ଠାନିକ ଭାବେ ପରମ୍ପରା ଅନୁଯାଇ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୁର୍ବକସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତଗାନ କରିଥିଲେ l ଏହି ଅବସରରେ ଚଳିତ ମାସ ରେ ହେବାକୁ ଥିବା ଅଧିବେଶନରେ ବିଭିର୍ନ ଶିକ୍ଷନୁଷ୍ଠାନରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଜର ସୁଚିନ୍ତିତ ମତପୋଷଣ କରିଥିଲେ, ଚଳିତ ମାସପାଇଁ ଧାର୍ଯ୍ୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରେ ଛାତ୍ରଛାତ୍ରୀ ମାନେ ବିଭିର୍ନ ପ୍ରକାର ଶିକ୍ଷାପ୍ରଦ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା ସମ୍ମିଳନୀରେ ଯୋଗଦେଇଥିବା ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା