କୋଦଳା,୨୬/୦୧(ପିପିଟି):ରବିବାର କୋଦଳା ହରିଜନ ସାହି ଯୁବ ଗୋଷ୍ଠୀଙ୍କ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ତଥା ଶକ୍ତି ନଗର,ଭାଇଗା ନୂଆସାହି ବାସିନ୍ଦାଙ୍କ ସହଯୋଗରେ ଏକ ନୂତନ ଶ୍ରୀ ଶନିଶ୍ଚର ମନ୍ଦିର ଓ ଗ୍ରହରାଜଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ପୂଜା ନିତି କାନ୍ତି ଆରମ୍ଭ ହୋଇଯାଇଥିବା ବେଳେ,ନିକଟସ୍ଥ ଶ୍ରୀ ତାଳେଶ୍ୱର ମନ୍ଦିର ପୋଖରୀରୁ ପୂଜାର୍ଚନା ସହିତ ଜଳ ଧରି ନୂତନ ମନ୍ଦିର କୁ ଆସିବା ପରେ ବିଗ୍ରହଙ୍କୁ କ୍ଷୀର,ମହୁ,ନବାତ,ସିନ୍ଦୁର,ଚନ୍ଦନ ଓ ଚୁଆ ଓ ଜଳରେ ଗାଧୋଇ ଜୀବନ୍ୟାସ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମ ରେ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦୀର ପରିଚାଳନା କମିଟି ସଭାପତି ତଥା ସମାଜ ସେବୀ ସୂର୍ଯ୍ୟ ନାରାୟଣ ବଡୁ ଓ ପତ୍ନୀ ସବିତା ବଡୁ କର୍ତ୍ତାଭାବେ ସମସ୍ତ କାର୍ଯ୍ୟ ସମାପନ କରିଥିବା ବେଳେ ଏହାକୁ ସ୍ଥାନୀୟ ଜ୍ୟୋତିଷ ଓ କର୍ମକାଣ୍ଡ ବିତ୍ ପଣ୍ଡିତ ଅଧ୍ୟାପକ ଦୁର୍ଗା ପ୍ରସାଦ ଦାଶ ଶର୍ମା ମୁଖ୍ୟ ପ୍ରଚାରକ ଭାବେ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପଣ୍ଡିତ ଅନ୍ତର୍ଯ୍ୟାମୀ ଦାଶ, ପଣ୍ଡିତ ଗୋପାଳ କୃଷ୍ଣ ତ୍ରୀପାଠୀ,ପଣ୍ଡିତ ନାଭୂଷଣ ପତି, ପଣ୍ଡିତ ବାଳକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ବେଦ ଧ୍ବନି,ହୋମଯଜ୍ଞ ତଥା ସ୍ଥାନୀୟ ଜନସାଧାରଣ ଓ ଭକ୍ତଙ୍କ ବହୁଳ ଉପସ୍ଥିତି ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ସଂଧ୍ୟାରେ ଭକ୍ତଙ୍କ ସକାଶେ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଗୋପାଳ କୃଷ୍ଣ ନାହାକ,ରାକେଶ ନାହାକ,ସଞ୍ଜୟ ନାୟକ,ସାଗର ନାୟକ,ପପୁଲ ନାୟକ,ରାଜ ନାୟକ,ବିକାଶ ନାୟକ,ମଳୟ,ଫିରୁ,ମିଟିକ ମୁଦୁଲି,ସିଧୁ ମୁଦୁଲି,ଅମର ସାହୁ, ଉଦୟ ମୁଦୁଲି,ବାବୁ ନାୟକ,ଅନନ୍ତ ବେହେରା,ସମୀର ନାୟକ, ସାନୁ ନାୟକ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ ।