ଶ୍ରୀହନୁମାନଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ।

ପୋଲସରା,୦୯/୦୧(ପିପିଟି):ଆଜି ପବିତ୍ର ଶାମ୍ୱଦଶମୀ ପୂଜା ଅବସରରେ ଗଂଜାମ ଜିଲ୍ଲା ପୋଲସରା ଏନ ଏସି ୧୮ନଂ ୱାର୍ଡ଼ ଶଣ୍ଢସାହି ଛକ ଠାରେ ଏକ ୧୫ ପୁଟ ଉଚ୍ଚତା ବିଶିଷ୍ଠ ମଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପରମ ଭକ୍ତ  ଶ୍ରୀହନୁମାନଙ୍କ ମୂର୍ତ୍ତି  ସ୍ଥାପନ ସକାଶେ ଭୁମି ପୂଜନ ସହିତ ଶୁଭଖୁଣ୍ଟି ସ୍ଥାପନ ବିଧିବିଧାନ ଏବଂ ନିତିକାନ୍ତି ନିୟମ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କାଉଁନସିଲର ଯଞ୍ଜ ନାରାୟଣ ସାହୁ, ଯୁବ- ସଂଗଠକଙ୍କ ସମେତ ସାହିବାସିନ୍ଦାମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment