କୋଦଳା,୨୨/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ପରିସରରେ ଗୁରୁବାର ଦିନ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆତ୍ମଜ ଶ୍ରୀ ଶ୍ରୀ ବଡଦା ଙ୍କର ଶୁଭ ୧୧୪ ତମ ଜନ୍ମ ଦିବସ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ବିନତି ପ୍ରାର୍ଥନା,ଜନ୍ମଲଗ୍ନ ଘୋଷଣା,ସନ୍ଧ୍ୟା ବିନତି ପ୍ରାର୍ଥନା,ଗ୍ରନ୍ଥ ପାଠ,ଭଜନ, କୀର୍ତ୍ତନ,ସତସଙ୍ଗ ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନୀତି ଆଦର୍ଶ ଏବଂ ଭାବାଦର୍ଶ ବିଷୟରେ ଆଲୋଚନା ହୋଇଥିଲା । ଏଥିସହିତ ଶ୍ରୀ ଶ୍ରୀ ବଡଦାଙ୍କ ଜୀବନୀ,ଅଲୌକିକ ଶକ୍ତି ବିଷୟରେ ଆଲୋଚନା ମଧ୍ଯ ହୋଇଥିଲା । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦସେବନର ଆୟୋଜନ ହୋଇଥିଲା । ଏଥିରେ ଶତାଧିକ ଗୁରୁଭାଇ ଓ ମା ମାନେ ଯୋଗଦେଇଥିଲେ। ଶ୍ରୀ ଶ୍ରୀ ଠାକୁରଙ୍କ କର୍ମୀ ବୈକୁଣ୍ଠନାଥ ପାଇକରାୟ ଆଲୋଚନା କରିଥିଲେ ।
(ରିପୋର୍ଟ-ସୂର୍ଯ୍ୟନାରାୟଣ ବଡୁ ।)