ଶ୍ରମ କୋଡ ବାତିଲ ଦାବିରେ ଦେଶବ୍ୟାପି ହରତାଳ ସଫଳ ।

ଭୁବନେଶ୍ୱର,୦୯/୦୭(ପିପିଟି) : ଆଜି ଭୁବନେଶ୍ୱର ଠାରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ୧୭ ଦଫା ଦାବିକୁ ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯଥା: ରେଲୱେଷ୍ଟେସନ, ସିଟି ବସଷ୍ଟାଣ୍ଡ, ବ୍ୟାଙ୍କ, ଲେବର କମିଶନର, ରସୁଲଗଡ଼,ବାଣୀ ବିହାର, କ୍ରାଉନ୍ ହୋଟେଲ, ଡୁମୁଡୁମା, ନାଲ୍‌କୋ, ଜୟଦେବ ବିହାର,ବରମୁଣ୍ଡା ବସଷ୍ଟାଣ୍ଡ, ମାଷ୍ଟରକ୍ୟାଂଟିନ ଛକ, ରାଜମହଲ ଓ ଗାନ୍ଧୀମାର୍ଗ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଶ୍ରମ କୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ପ୍ରତି ୫ ବର୍ଷରେ ମଜୁରୀ ବୃଦ୍ଧି, ଦରଦାମ ବୃଦ୍ଧିର ନିୟନ୍ତ୍ରଣ, କୃଷକମାନଙ୍କର ଏମ୍‌.ଏସ୍‌.ପିକୁ ଆଇନ ପରିସର ଭୁକ୍ତ କରିବା, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା ଓ ଶ୍ରମିକ ଛଟେଇ ବନ୍ଦ କରିବା, ଦେଶର ସଂପ୍ରତିକୁ ଘରୋଇକରଣକୁ ବନ୍ଦ କରିବା,୧୨ ଘଣ୍ଟା କାର୍ଯ୍ୟ ଦିବସ ବଦଳରେ ୮ ଘଣ୍ଟ କାର୍ଯ୍ୟଦିବସ କାୟାମ୍ ରଖିବା ଆଦି ଦାବିରେ, ଆଇ.ଏନ୍‌.ଟି.ୟୁ .ସି., ଏ.ଆଇ.ଟି.ୟୁ.ସି., ଏଚ୍‌.ଏମ୍‌.ଏସ୍‌., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି., ଏଲ୍‌.ପି.ଏଫ୍‌., ସେୱା, ୟୁ.ଟି.ୟୁ.ସି ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ରାଜମହଲରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ଏକ ପ୍ରତିବାଦ ବିକ୍ଷୋଭ କରାଯାଇଥିବା ବୋଲି ପୁଲିସ୍ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା ।

ଆଜିର ଏହି ପଟୁଆରରେ ପ୍ରାକ୍ତନ ସାଂସଦ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଣ୍ଟିଆ, କିଶୋର ଜେନା, ବିଜୟ ଜେନା, ବି.ଏନ୍‌. ମହାପାତ୍ର, ପ୍ରଦିପ୍ତ ନାୟକ, ବଂଶୀଧର, ପରିଡା, ଦୁଷ୍ମନ୍ତ ଦାସ,ମହେନ୍ଦ୍ର ପରିଡା,ରାଧାକାନ୍ତ ସେଠୀ, ନିରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ଫରୱାର୍ଡ଼ ବ୍ଲକ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଲକ୍ଷ୍ମୀପ୍ରିୟା ଦୋରା, ସି.ପି.ଆଇ.ଏମ୍‌. ସୁରେଶ ପାଣିଗ୍ରାହି, ଯୁଦ୍ଧିଷ୍ଟିର ମହାପାତ୍ର, ସୁର ଜେନା, ଶରତ ବରାଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ, ପ୍ରଣତୀ ମିଶ୍ର, ରମେଶ ଜେନା ଓ ରାଜେନ୍ଦ୍ର ବର୍ମା, ଆଲୋକ ମହାପତ୍ର, ବିଜୟ ସାହୁ,ମୁରଲୀ ବେହେରା,ଅମ୍ବିକା ପ୍ରସାଦ ପଣ୍ଡା, ମୀରାମ୍ବିକା ସାହୁ, ଛାତ୍ରିନେତ୍ରୀ ରିଙ୍କି ସାହୁ ପ୍ରମୁଖ ଯୋଗ ଦେଇ ଧର୍ମଘଟକୁ ସଫଳ କରିଥିଲେ ।

Comments (0)
Add Comment