ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି) : ଆଜି ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ତରଫରୁ ସୁବର୍ଣ୍ଣପୁର ହୋଟେଲ ଦି ମୁନ କନଫରେନ୍ସ ହଲ ଠାରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ଅତିରିକ୍ତ ଶାଖା ପରିଚାଳକ ଏବଂ ଉପରିସ୍ଥ ସମସ୍ତ କର୍ମଚାରୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା I ଏହି ପ୍ରଶିକ୍ଷଣ ଶିବିରରେ ସଂସ୍ଥାର ଉପନିର୍ଦେଶକ ଶ୍ରୀଯୁକ୍ତ ଯତୀନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସୋନପୁର ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ କ୍ଷେତ୍ରବାସୀ ମଲ୍ଲିକ , ବୌଦ୍ଧ ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଭୁନାଥ ସାହୁ ଏବଂ ବଲାଙ୍ଗିର ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପଞ୍ଚାନନ ସାହୁ ଙ୍କ ସମେତ ଉଭୟ ଜିଲ୍ଳାର ସମସ୍ତ ଆଞ୍ଚଳିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ଉଭୟ ଜିଲ୍ଲାର ଶ୍ରମିକ ପରିବାର ମାନଙ୍କୁ ସଂସ୍ଥାରେ ସାମିଲ କରାଯାଇ କିଭଳି ଭାବରେ ସେମାନଙ୍କ ଅର୍ଥନୈତିକ ବିକାଶ କରାଯାଇପାରିବ ଏବଂ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇପାରିବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଏପରିକି *ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ* ସଂସ୍ଥା ତରଫରୁ କିଭଳି ଭାବରେ ଉଭୟ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯାଇପାରିବ ସେଇ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment