ଯାଜପୁର,୦୩/୦୯(ପିପିଟି): ସୁକିନ୍ଦା ଆଜି ବିକଶିତ । ସୁକିନ୍ଦା ବିକାଶରେ ଶ୍ରମିକ ଭାଇ ମାନଙ୍କ ଅବଦାନ ଅତୁଳନୀୟ । ଶ୍ରମିକ ମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ କେବେ ଦିଆଯିବ ନାହିଁ । ଶ୍ରମିକ ମାନଙ୍କ ସ୍ୱାର୍ଥ ହାସଲ ପାଇଁ ଦୁର୍ବାର ଲଢେଇ ହେବ । ଶ୍ରମିକଟିଏ ଦିନ ଯାକ ଝାଳ ବୁହାଇ କଠିନ ପରିଶ୍ରମ କରୁଛି । ତାଙ୍କର ହକ ଯେ କେହି ତାଙ୍କ ଠାରୁ ଛଡ଼ାଇବାର ସାମନ୍ୟ ଉଦ୍ୟମ କରିବ ତା ବିରୁଦ୍ଧରେ ଯେଉଁ ଆନ୍ଦୋଳନ ହେବ ସେହି ଆନ୍ଦୋଳନ ଆଗରେ ମୁଁ ରହିବି । ଶ୍ରମିକଙ୍କ ସ୍ୱାର୍ଥ ସହିତ କେହି ଖେଳିବାକୁ ଉଦ୍ୟମ କରନ୍ତୁ ନାହିଁ । ଏହା କହିଛନ୍ତି ସୁକିନ୍ଦାର ପୂର୍ବତନ ପୂର୍ବତନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଶ୍ରମିକସଂଘ ସଭାପତି ଇଂ ପ୍ରୀତିରଞ୍ଜନ ଘଡାଇ । କାଳିଆପାଣି ଖଣି ଅଞ୍ଚଳରେ ବୋଝେଇ ଶ୍ରମିକ ଠିକାଦାର ଜିସି ମହାନ୍ତ ଏଣ୍ଡ ସନ୍ସ ବିରୁଦ୍ଧରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଶ୍ରମିକ ମାନେ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ବେଳେ ଆନ୍ଦୋଳନ କାରୀଙ୍କୁ ନୈତିକ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ଘଡାଇ । ଇଂ ଘଡାଇ କହିଥିଲେ ଶ୍ରମିକ ସଂଘ ବିରୁଦ୍ଧରେ ଠିକାଦାର ଷଡ଼ଯନ୍ତ୍ର କରୁଛନ୍ତି । ଏଥିରୁ କ୍ଷାନ୍ତ ହେବାକୁ ସେ ଚେତାବନୀ ଦେଇଥିଲେ । କାର୍ଯ୍ୟକ୍ରମରେ ଶ୍ରମିକସଙ୍ଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପ ସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭଗବତୀ ମହାନ୍ତ,ନିମଳେନ୍ଦୁ ବେହୁରା ପ୍ରମୁଖ ସାମିଲ ହେଇ ଶ୍ରମିକଙ୍କ ସହିତ ଠିକାଦାର ମନମାନି କରୁଥିବା ଅଭିଯୋଗ କରିଥିଲେ ।
(ରିପୋର୍ଟ- ଅକ୍ଷୟ ରାଉତ।)