ମାଲକାନଗିରି,୦୪/୧୦(ପିପିଟି); ସୋନପୁର ଜିଲ୍ଲାରୁ ତାମିଲନାଡୁ ଅନ୍ତର୍ଗତ ତ୍ରିଚୁର ସୁତାକଳରେ କାମ କରିବା ପାଇଁ ଏକ ଘରୋଇ ବସରେ ୨୭ ଜଣ ଶ୍ରମିକମାନଙ୍କୁ ନେଇଯାଉଥିବା ବେଳେ ମାଲକାନଗିରି ସଦର ମହକୁମା ଠାରୁ ୫କିମି ଦୂର ଚମ୍ପଖାରି ନିକଟରେ ବସଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା । ଫଳରେ ୫ ଜଣ ଶ୍ରମିକ ଆହାତ ହୋଇଥିଲେ । ଏହି ଦୁର୍ଘଟଣା ମଧ୍ଯ ରାତ୍ରରେ ଘଟିଥିଲା । ସୂଚନା ପାଇ ମାଲକାନଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରିଥିଲା ବେଳେ ଆଜି ମାଲକାନଗିରି ପୋଲିସ ମାନବିକତା ଦେଖାଇ ଅନ୍ଯ ଏକ ବସ ଯୋଗେ ସେମାନଙ୍କ ଗ୍ରାମକୁ ପଠାଇବା ସୁବ୍ଯବସ୍ଥା କରିଥିଲା । ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ନିଜ ତତ୍ତ୍ବାବଧାନରେ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବାରେ ସହାୟତା କରିବା ଫଳରେ ୨୭ ଜଣ ପ୍ରବାସୀ ଶ୍ରମିକ ଏବଂ ବସର ୨ ଜଣ ଡ୍ରାଇଭର ସମେତ ମାଲକାନଗିରି ଥାନା ପୋଲିସଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)