ବେଲଗୁଣ୍ଠା,୧୦/୦୪(ପିପିଟି): ପ୍ରତାପୁର ନିକଟ ପାଟରାପଲ୍ଲୀ ଓ ଅରଖପଲ୍ଲୀ ରଘୁନାଥ ସ୍ୱାମୀଙ୍କ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ସାରାଦିନ ବିଭିର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାମନାମରେ ଚତୁର୍ଦିଗ କମ୍ପିଉଠିଥିଲା । ସକାଳୁ ନାମ ସଂକୀର୍ତ୍ତନ , ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲିପଦର ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ଜେନା ଓ ହରିହର ବିଷୋୟୀଙ୍କ ନେତୃତ୍ବରେ କିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଫେସର ପୃଥ୍ୱୀରାଜ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କୁଡୁତାଇ ପଞ୍ଚାୟତ ନୂତନ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ ଦେଇଥିଲେ କର୍ତ୍ତା ଭାବେ ସୁଧୀର ନାୟକ ଓ ଧର୍ମପତ୍ନୀ କାଜଲ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ । ସନ୍ଧ୍ୟାରେ ସମୀର ନାୟକ ଓ ଗ୍ରାମବାସୀଙ୍କ ସହଯୋଗରେ ପ୍ରଭୁ ଶ୍ରୀରାମଙ୍କୁ ବିମାନ ଯୋଗେ ନଗର ଭ୍ରମଣ କରାଯାଇଥିଲା । ଆୟୋଜକ ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ସମସ୍ତ କାର୍ଯ୍ୟକୁ ଉପସ୍ଥିତ ରହି ପରିଚାଳନା କରିଥିଲେ । ଅଞ୍ଚଳର ଅନେକ ଶ୍ରଧାଳୁ ଏଥିରେ ଯୋଗଦାନ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )