ଶୋଚନୀୟ ଅବସ୍ଥାରେ ପାଟପୁର ଭାବନ୍ଧ ପୂର୍ତ୍ତ ବିଭାଗୀୟ ରାସ୍ତା।

ହିଞ୍ଜିଳିକାଟୁ,ତା-୨୩/୧୦(ପିପିଟି) ; ହିଞ୍ଜିଳି ବ୍ଳକ ଅନ୍ତର୍ଗତ ନନ୍ଦିକ ପାଟପୁର ଭାବନ୍ଧ ପୂର୍ତ୍ତ ବିଭାଗୀୟ ରାସ୍ତା ପରିସ୍ଥିତି ଶୋଚନୀୟ ଅବସ୍ଥାରଥିବା ଦେଖିବାକୁ ମିଳିଛି । ସୁଚନା ପ୍ରକାରେ ଏହି ରାସ୍ତା ପାଟପୁର ଗାଁ ଦେଇ ଭାବନ୍ଧ ଯିବା ରାସ୍ତା ଯାହା ଅତ୍ୟନ୍ତ ଖାଲଖମା ହୋଇରହିଛି । ପ୍ରତ୍ଯେହ ବହୁ ଯାତ୍ରୀ ଏହି ରାସ୍ତା ଦେଇ ସାଇକେଲ ବସ ଚାରିଚକିଆ ଓ ଦୁଇଚକିଆ ଯାନବାହନ ଯୋଗେ ଏହି ରାସ୍ତାକୁ ବ୍ୟବହାର କରନ୍ତି ଏହି ରୋଡ ଦେଇ ପ୍ରତ୍ଯେହ ହିଞ୍ଜିଳି କାଟୁ ରୁ ଛତ୍ରପୁର ଅଭିମୁଖେ ଯିବା ଆସିବା କରନ୍ତି । ରାସ୍ତାର ଶୋଚନୀୟ ହେତୁ ବହୁ ଦୁର୍ଘଟଣା ମଧ୍ଯ ଘଟିଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପ୍ରକାଶ । ଏହି ବିଷୟକୁ କେନ୍ଦ୍ର କରି ସ୍ଥାନୀୟ କତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାସ୍ତା ନା ମରାମତି ହେଉଛି ନା କେହି କର୍ଣ୍ଣପାତ କରୁଛନ୍ତି । ରାସ୍ତା ଅବସ୍ଥା ଏପରି ଶୋଚନୀୟ ଯେ ଆଉ କିଛି ଦିନ ଗଲେ ଏଠାରେ ମାଛଚାଷ ପାଇଁ ବନ୍ଧ ଖୋଳାଇବା ଆବଶ୍ୟକ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣାର ଗୁରୁତ୍ୱକୁ ବିଚାରକରି ତୁରନ୍ତ ରାସ୍ତାର ନିର୍ମାଣ ପାଇଁ ଅଞ୍ଚଳରେ ଦାବି ହୋଉଛି ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Comments (0)
Add Comment