ଶେଷହେଲା ଖୁଦୁରୁକୁଣୀ ଓଷା ।

ବେଗୁନିଆପଡା ,୨୧/୦୯(ପିପିଟି):ଦୀର୍ଘ ଏକମାସର ପୂଜା ପ୍ରସ୍ତୁତି ଆଜି ଶେଷ ହୋଇଛି । ଭାଦ୍ରବ ଆରମ୍ଭ ରବିବାର ଠାରୁ ନିଜ ନିଜ ଭାଇ ଙ୍କ ଶୁଭ ମାନସୀ ଟିକି ଭଉଣୀମାନେ ମା ମଙ୍ଗଳା ଙ୍କୁ ଆରାଧନା କରି ଆଜି ମା ଙ୍କୁ ବିଦାୟ ଦେଇଛନ୍ତି । ପ୍ରତ୍ୟକ ରବିବାର ସକାଳୁ ସକାଳୁ ଝିଅ ମନେ ବିଭିନ୍ନ ସ୍ଥାନ ରୁ ଫୁଲ ସଂଗ୍ରହ କରି ଦିନସାରା ପର୍ଯ୍ୟାୟ କ୍ରମେ ପୂଜାପାଠସହିତ ସନ୍ଧ୍ୟାରେ ତଅପୋଇ ବହିଗୀତ ବୋଲି ପୂଜାର୍ଚନା କରୁଥିବା ବେଳେ ଶେଷ ରବିବାର ପୂଜାପାଠ ସହିତ ବ୍ରତ ପାଳନ କରି ରାତି ଉଜାଗର ସହିତ ରହି ନାନାଦି ପିଠାପଣା ଭୋଗ ଲଗାଇଥିଲେ । ସୋମବାର ସକାଳୁ ନିଜ ନିଜ ଭାଇମାନଙ୍କ ସହଯୋଗ ନେଇ ବିଭିନ୍ନ ସାହି ମଧ୍ୟରୁ ସୁ ସଜିତ ବୋଇତ ତିଆରିକରି, ସେଥିରେ ଛୋଟ ଛୋଟ ଝିଅ ଙ୍କୁ ନେଇ ମା ମଙ୍ଗଳା,ତଅପୋଇ ଓ ସାଧବ ବୋହୁ ଏବଂ ବ୍ରାହ୍ମଣୀ ବୁଢ଼ୀ ବେଶ କରାଇ ଗ୍ରାମ ପରିକ୍ରମା ସହିତ ନିଜ ନିଜ ନିକଟସ୍ଥ ପୋଖରୀ ରେ ମା ଙ୍କୁ ବିଦାୟ ଦେଇଥିଲେ ” ପୁଣି ଆରବର୍ଷକୁ ମାଙ୍କୁ ଅପେକ୍ଷ୍ୟା କରିବୁ ବୋଲି ଝିଅମାନେ ଆନନ୍ଦ ର ସହିତ କହୁଥିବା ଦେଖାଯାଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment