ଶେରଗଡ଼ ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।

ଶେରଗଡ,୦୧/୦୯(ପିପିଟି) ଶେରଗଡ଼ ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିନାୟକ ପଣ୍ଡା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ସେ ତାଙ୍କ ସରକାରୀ କାର୍ଯ୍ୟରେ ୨୦/୦୩/୧୯୮୫ ମସିହାରେ ହିଞ୍ଜିଳି ବ୍ଲକରେ ଭିଏଲଡବ୍ଳୁ ପଦବୀ ଯୋଗଦେଇଥିଲେ । ସେଠାରୁ ସେ ଜଗନ୍ନାଥ ପ୍ରସାଦ ,ସାନଖେମୁଣ୍ଡି ଓ ଦିଗପହଣ୍ଡି ଭିଏଲଡବ୍ଳୁ ଭାବେ ଟ୍ରାନ୍ସଫର ହୋଇ ଭିଏଲଡବ୍ଳୁଙ୍କ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରି ବିଭିନ୍ନ ପଦବିର ଦାୟିତ୍ବରେ ରହି କାର୍ଯ୍ୟଭାର ଅତି ସୁଚାରୁ ରୂପେ ସମ୍ପାଦନ କରିଥିବା ଜଣାଯାଏ । ଦିଗପହଣ୍ଡିରୁ ସେ ଶେରଗଡ଼ ବ୍ଲକକୁ ଜିପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ରୂପେ ବଦଳି ହୋଇ ଆସି ପିତ୍ତଳ ପଞ୍ଚାୟତ ଦାୟିତ୍ବରେ ରହି ତାଙ୍କ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା କରିଥିଲେ । ପରେ ତା-୦୬/୧୨/୨୦୧୭ ତାରିଖରେ ଜିପିଇଓ ଭାବେ ପଦୋନ୍ନତି ପାଇଥିଲେ ଏବଂ ୨୨/୦୨/୨୦୨୮ ଶେରଗଡ଼ ବ୍ଲକରେ ଯୋଗଦାନ କରି ୩୧/୦୮/୨୦୨୦ ପର୍ଯ୍ୟନ୍ତ ତାହାଙ୍କ କାର୍ଯ୍ୟଭାର ତୁଲାଇଥିଲେ । ଅବସର କାଳିନ ସଭାରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁଙ୍କ ପୌରହିତ୍ୟ କରିବା ସହ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଥି ସହିତ ବିଏଲଓ ସୁପରଭାଇଜର ମାନେ ମଧ୍ୟ ଉପସ୍ଥିତ ଥିଲେ । ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment