ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ୱାବ ସଂଗ୍ରହ ।

ଶେରଗଡ,୦୨/୦୯(ପିପିଟି); ଶେରଗଡ ବ୍ଳକର ନୂଆଁପଲ୍ଲି,ଗୁଡିସର ଓ ମହୁପଦର ପଞ୍ଚାୟତ ରେ କରୋନା ପରିକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଛି। ଏହି ସବୁ ଗ୍ରାମ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ପହଞ୍ଚି ଜନସାଧାରଣଙ୍କୁ ସ୍ୱାବ ପରୀକ୍ଷା ପାଇଁ ଉତ୍ସାହିତ କରି ଥିଲେ । ଏହି ତିନୋଟି ଅଞ୍ଚଳରେ ଶ୍ରୀ ସାହୁ କୋଭିଡ଼୧୯ କେୟାର କମିଟି ବୈଠକ କରିଥିଲେ । କରୋନା ସଂକ୍ରମଣ ହ୍ରାସ ପାଇଁ ଥିଲେ ମଧ୍ୟ ପ୍ରତିଶୋଧକ ଟୀକା ଆସିବା ଯାଏ ଆମକୁ କୋଭିଡ଼୧୯ ନିୟମାବଳୀ ମାନି ଚଳିବାକୁ ପଡିବ ବୋଲି ଉଦ୍‌ବୋଧନ ଦେଇଥିଲେ । ବୈଠକରେ ସ୍ଥାନୀୟ କୋଭିଡ଼୧୯ କେୟାର କମିଟିର ସଦସ୍ଯ, ଶିକ୍ଷକ,ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,ଲୋକ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଅଞ୍ଚଳ ବାସୀ ଯୋଗଦେଇ ଅଂଶ ଗ୍ରହଣ କରି ଥିଲେ । ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment