ଶେରଗଡ଼ ତହସିଲଦାରଙ୍କ ରେକର୍ଡ ସଂଖ୍ୟକ ପଟ୍ଟା ବଣ୍ଟନ ।

ଶେରଗଡ,୩୦/୦୯(ପିପିଟି): କରୋନା ମହା ମାରମାରୀ ସମୟରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଓ ସୁପରଭାଇଜର ମନୋଜ ନାୟକଙ୍କ ଉପସ୍ଥିତରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରୀଗଡ଼, କୁରୁଳା, ଧବଳପୁର, ଶେରଗଡ଼, କରଡ଼ା କଣା, ଢ଼ିଙ୍କିସାଳ, ନରେନ୍ଦ୍ରପୁର,ପିତ୍ତଳ ସନ୍ତୋଷ ପୁର, ଡେଙ୍ଗାପଦର, ଗୋବିନ୍ଦପୁର ସମୁଦାୟ ୧୦ ଟି ଗ୍ରାମ ପଞ୍ଚାୟତରେ ରାଜସ୍ବ ରଥ ପହଞ୍ଚି ୨୬୦ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ଉପଜିଲ୍ଲାପାଳ ଓ ତହସିଲଦାର। ଶେରଗଡ଼ ତହସିଲର ପ୍ରତି ପଞ୍ଚାୟତ ଓ ଗାଁ ଗାଁ କୁ ବୁଲିବ ରଥ ଏବଂ ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ କରାଯିବ । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ ,ଦରଖାସ୍ତ ଗ୍ରହଣ କରାଯିବା ବୋଲି ତହସିଲଦାର ଶ୍ରୀ ପରିଡ଼ା କହିଛନ୍ତି ପଟା ବଣ୍ଟନ କାର୍ଯ୍ୟକ୍ରମ ରେ ରାଜସ୍ବ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ ।)

Comments (0)
Add Comment