ଶେରଗଡ ବ୍ଳକରେ ୭ ସମିତି ସଭ୍ଯ ଓ ୨ ସରପଞ୍ଚ ଅପ୍ରତିଦ୍ବନ୍ଦୀ।

ବ୍ରହ୍ମପୁର, ୨୬/୦୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଳକରେ ୭ ସମିତି ସଭ୍ଯ, ୨ ସରପଞ୍ଚ ଓ ୧୧୫ ୱାର୍ଡ ସଭ୍ଯ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ଶେରଗଡ ବ୍ଳକରେ ୩୦୧ ୱାର୍ଡ ରହିଛି। ପୁରୁଷ ଭୋଟର ସଂଖ୍ଯା ୫୭୦୯୮,ମହିଳା ଭୋଟର ସଂଖ୍ଯା ୫୦୫୨୧ ଓ ଅନ୍ଯ ଭୋଟର ୦୬ ରହିଥିବା ଜଣାପଡିଛି। ଶେରଗଡ ବ୍ଳକରେ ବିଜେଡି ମଜବୁତ ସ୍ଥିତରେ ରହିଥିବା ଜଣାପଡିଛି। ଶେରଗଡ ବ୍ଲକରେ ବାମପନ୍ଥୀ ଦଳ ମାନଙ୍କ ସ୍ଥିତି ବିପନ୍ନ ହୋଇପଡିଥିବା ଦେଖିବାକୁ ମିଳିଛି।

Comments (0)
Add Comment