ଶେରଗଡ ବ୍ଳକରେ ଥର୍ମାଲ୍ ସ୍କ୍ରିନିଂ ।

ଶେରଗଡ,(ପିପିଟି)୧୧/୦୬,ଶେରଗଡ ବ୍ଳକରେ ଦ୍ବିତୀୟ ପର୍ଯ୍ୟାୟ ସମୁହ ସ୍ବାସ୍ଥ୍ୟ ଯାଞ୍ଚ ଓ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ ହୋଇଛି । ଶେରଗଡ ବ୍ଳକ ଅନ୍ତର୍ଗତ ମହୁପଦର ଗ୍ରାମରେ ବିଡିଓ ସୁରଞ୍ଜନ ସାହୁଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ପରିବାରବର୍ଗଙ୍କ ନାମ ଫର୍ମରେ ଲେଖିଥିଲେ ।ସ୍ବାସ୍ଥ୍ୟକର୍ମୀ ମାନେ ଥର୍ମାଲ୍ ସ୍କ୍ରିନିଂ କରିବା ସହ ଶରୀରର ତାପମାତ୍ରା ମାପିଥିଲେ ।ଏହି କାର୍ଯ୍ୟକ୍ରମରେ ଏନଏମ ଚିତ୍ରଲେଖା ମଲ୍ଲିକ,ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀ, ଆଶାକର୍ମୀ ବିଷ୍ଣୁପ୍ରିୟା ଡାକୁଆ, ତାରିଣୀ ନାୟକ,ଶିକ୍ଷକ ଶ୍ବୟନ୍ସୁ ସତ୍ଯ ପ୍ରଜ୍ଞା ସାହୁ ଓ ଟି.ଇଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment