ଶେରଗଡ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ଶେରଗଡ,୨୯/୧୦(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାମାରୀ ସମୟରେ ରାଜ୍ୟରେ ଯେଭଳି କୌଣସି ଲୋକର ରକ୍ତ ଅଭାବରେ ଜୀବନ ନଯିବ ତାକୁ ଆଖି ଆଗରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ସାରା ରାଜ୍ୟରେ ରକ୍ତ ସଂଗ୍ରହ କରୁଥିବା ବେଳେ ଆଜି ଶେରଗଡ ବ୍ଲକ ପରିସରରେ ବିଜୁ ଜନତା ଦଳର ସମାଜ ସେବା ଅଭିଯାନ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ରକ୍ତଦାନ ଶିବିରରେ ଶେରଗଡ ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ) , ବରିଷ୍ଠ ବିଜେଡି ନେତା ହୃଶିକେଶ ପାଢ଼ୀ, ହୀନ ବେହେରା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା, ସବିତାରାଣୀ ଚୌଧୁରୀ, ଶଙ୍କର ପୃଷ୍ଟି, ପ୍ରମୁଖ ଯୋଗ ଦେଇଥିଲେ।କରୋନା ନିୟମକୁ ପାଳନ କରି ଏହି ରକ୍ତଦାନ ଶିବିରକୁ ଶେରଗଡ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ପରିଚାଳନା କରିଥିଲେ। ରକ୍ତ ଅଭାବରୁ କାହାର ଯେପରି ଜୀବନ ନ ଯାଉ ଏହାର ମୁଖ୍ୟ ଲକ୍ଷ୍ୟ ଏଥିରେ ମୋଟ ୨୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହାକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment