ଶେରଗଡ ଠାରେ ଡ୍ରେନ ନିର୍ମାଣ ପାଇଁ ସ୍ଥାନ ନିରୂପଣ କାର୍ଯ୍ୟ ଆରମ୍ଭ ।

ଶେରଗଡ,୦୩/୦୭(ପିପିଟି); ଶେରଗଡ ବ୍ଳକର ଶେରଗଡ ଠାରେ ପ୍ରତିବର୍ଷ ଲାଗିରହିଥାଏ ଡ୍ରେନ ସମସ୍ୟା ପାଣି ନିଷ୍କାସନ ହେବା ପାଇଁ ଡ୍ରେନ ନଥିବାରୁ ପାଣି ନିଷ୍କାଷିତ ନହୋଇପାରି ଶହ ଶହ ଧାନ ବିଲ ପାଣିରେ ବୁଡିରହୁଥିଲା । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ ଓ ମାପଚୁପ କାର୍ଯ୍ୟ ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଓ ଗୋଷ୍ଠୀଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ଯନ୍ତ୍ରୀ ସୋମନାଥ ହୋତା ଓ ଜୁନିୟର ଇଞ୍ଜିନିୟର ବନୋଜ ସେଠୀ ଏବଂ ରାଜସ୍ବ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତରେ ସମାପିତ ହୋଇଥିବାରୁ ଶେରଗଡ ଅଞ୍ଚଳର ସମସ୍ତ ଚାଷୀ ଓ ଶେରଗଡ ସହରବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment